Categories: ଜାତୀୟ

ପ୍ରଧାନମନ୍ତ୍ରୀ ପାଇଁ ସବୁଠାରୁ ଭଲ ଚେହେରା ମୁଁ: ପୂର୍ବତନ ରାଜ୍ୟପାଳ

ନୂଆଦିଲ୍ଲୀ,୨୩।୬: ହରିୟାଣା ରୋହତକ ଜିଲାର ସାଂପଲାରେ ଚୌଧୁରି ଛୋଟୁରାମ ସ୍ମାରକ ସ୍ଥଳରେ ଗୁରୁବାର ଏକ କୃଷକ ମହାପଞ୍ଚାୟତର ଆୟୋଜନ ହୋଇଥିଲା। ଏହି ମହାପଞ୍ଚାୟତରେ ପୂର୍ବତନ ରାଜ୍ୟପାଳ ସତ୍ୟ ପାଲ ମଲିକ ପହଞ୍ଚିଥିଲେ। ଏହି ସମୟରେ ସେ କହିଥିଲେ କି ଯେତେବେଳେ ବିରୋଧି ଏକଜୁଟ ହୋଇଛନ୍ତି ସେତେବେଳେ ଭାଜପା ହାରିଛି। ସେ କହିଛନ୍ତି, ଏବେ ଭାଜପା ସାମ୍ନାରେ ବିରୋଧୀର ଜଣେ ମାତ୍ର ପ୍ରାର୍ଥି ରହିବେ। ଏଥିପାଇଁ ଯୋଜନା ପ୍ରସ୍ତୁତ ସରିଛି। ମଲିକ କହିଛନ୍ତି ବି ବିରୋଧିଙ୍କ ନିକଟରେ ଏବେ ୧୦ ଜଣ ମୁଖ୍ୟମନ୍ତ୍ରୀ ହେବା ଭଳି ପ୍ରାର୍ଥୀ ରହିଛନ୍ତି।

ନିର୍ବାଚନରେ ପ୍ରତିଦ୍ୱନ୍ଦିତାକୁ ନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ମଲିକ କହିଥିଲେ, ସେ ନିର୍ବାଚନ ଲଢିବେ ନାହିଁ କି କୌଣସି ଦଳରେ ଯୋଗ ଦେବେ ନାହିଁ। କିନ୍ତୁ ଯିଏ ଭାଜପାକୁ ହରାଇବ ସେ ତାକୁ ସାହାଯ୍ୟ କରିବେ। ପ୍ରଧାନମନ୍ତ୍ରୀ ଚେହେରା ବିଷୟରେ ପଚରା ଯିବାରୁ ସେ କହିଥିଲେ ମୁଁ ହେଉଛି ପ୍ରଧାନମନ୍ତ୍ରୀ ପାଇଁ ସର୍ବୋତ୍ତମ ଚେହେରା।

Share