Categories: ଜାତୀୟ

୧୦୫ ଲୋକ ସଭା ଆସନରେ ଭାଜପାକୁ ହରାଇବା ବିରୋଧୀଙ୍କ ପାଇଁ କାଠିକର ପାଠ

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱାଧୀନ ଏନଡିଏ ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକ ରାଜନୈତିକ ଯୁଦ୍ଧଭେରି ବଜାଇବା ଆରମ୍ଭ କରିସାରିଛି। ଅନ୍ୟପକ୍ଷରେ, କଂଗ୍ରେସ ସହିତ ୨୬ଟି ବିରୋଧୀ ଦଳ ଇଣ୍ଡିଆନ ନାଶନାଲ ଡେଭଲପମେଣ୍ଟ ଇଂକ୍ଲୁସିଭ ଏଲାଏନ୍ସ ଅର୍ଥାତ୍‌ INDIA ମିଳିତ ମଞ୍ଚ ଅଧୀନରେ ନିର୍ବାଚନରେ ପ୍ରବେଶ କରିବାକୁ ଘୋଷଣା କରିଛନ୍ତି।
ଏସବୁ ଭିତରେ ୨୦୧୯ ଓ ୨୦୨୪ର ଲୋକ ସଭା ନିର୍ବାଚନର ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା ଉପରେ ନଜର ପକାଇବା ଦରକାର। ଏହି ସଂଖ୍ୟା ବିରୋଧୀ ଦଳର ମେଣ୍ଟ ‘ଇଣ୍ଡିଆ’ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇପାରେ। ହେଲେ ଏହି ସଂଖ୍ୟା ୨୦୨୪ ଲୋକ ସଭା ନିର୍ବାଚନରେ କି ପ୍ରଭାବ ପକାଇବ ତାହା ଏବେଠାରୁ କହିବା ମୁସ୍କିଲ ହେବ। ଏହାପରେ ବି ଏହି ସଂଖ୍ୟାରୁ ଭାଜପାର ବିଜୟକୁ ନେଇ ଅନୁମାନ କରାଯାଇପାରେ।

ଦି ପ୍ରିଣ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୧୯ ଲୋକ ସଭା ନିର୍ବାଚନରେ ଶାସକ ଦଳ ଭାଜନା ତିନି ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ୧୦୫ ଆସନରେ ବିଜୟ ଲାଭ କରିଥିଲା। ୨୦୧୪ ସାଧାରଣ ନିର୍ବାଚନରେ ସମାନ ଭୋଟରେ ଜିତିଥିବା ଆସନ ଅପେକ୍ଷା ଭାଜପାର ଏହି ବିଜୟ ୬୩ ଆସନ ଅଧିକ ଥିଲା।
୨୦୧୯ ଲୋକ ସଭା ନିର୍ବାଚନରେ, ୨୩୬ ଏମପିଙ୍କ ମଧ୍ୟରୁ ଯେଉଁମାନେ ଦୁଇ ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିଲେ, ୧୬୪ ଜଣ କେବଳ ଭାଜପାର ଥିଲେ। ଏଥି ସହିତ, ତିନି ଲକ୍ଷ ଭୋଟ ବ୍ୟବଧାନରେ ଜିତିଥିବା ୧୩୧ ଏମପିଙ୍କ ମଧ୍ୟରୁ ୧୦୫ ଜଣ ଭାଜପାର ଥିଲେ। ଅବଶିଷ୍ଟ ୨୬ ଏମପିଙ୍କ ମଧ୍ୟରୁ ୧୦ଜଣ ଡିଏମକେ ଏବଂ ୫ ଜଣ କଂଗ୍ରେସରୁ ଆସିଥିଲେ। ଭାଜପା ପ୍ରାର୍ଥୀମାନେ ୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ୪୪ଟି ଆସନ ଜିତିଥିଲେ। କେବଳ ଏତିକି ନୁହେଁ ଦଳର ୧୫ ଜଣ ଏମପି ଥିଲେ ଯେଉଁମାନେ ୫ ଲକ୍ଷରୁ ଅଧିକ ଭୋଟରେ ଜିତିବାକୁ ଯାଉଥିଲେ।
ଲୋକତନ୍ତ୍ରର ବିଜୟ ପରାଜୟ ଉପରେ କାହାର ହାତ ନ ଥାଏ। ହେଲେ ଏହି ସଂଖ୍ୟାକୁ ଦେଖିଲେ ଅନୁମାନ କରାଯାଉଛି କି ଏସବୁ ଆସନରେ ଭାଜପାକୁ ହରାଇବା ବିରୋଧୀ ମେଣ୍ଟ ‘ଇଣ୍ଡିଆ‘ ପାଇଁ ସହଜ ନୁହେଁ। ବିରୋଧୀଙ୍କୁ ଏସବୁ ଆସନରେ ଭାଜପାଠାରୁ କଡା ଚ୍ୟାଲେଞ୍ଜ ମିଳିବ। ତେଣୁ ଏହି ସଂଖ୍ୟାକୁ ଦେଖିଲେ ଅନୁମାନ କରାଯାଉଛି କି ଏହି ୧୦୫ ଆସନରେ ଭାଜପାକୁ ହରାଇବା ବିରୋଧୀ ପାଇଁ ଏତେଟା ସହଜ ନ ହୋଇ ପାରେ।

Share