Categories: ଜାତୀୟ

ମୋଦିଙ୍କ ହୁଙ୍କାର: ୪ ଜୁନ୍‌ରେ ୪୦୦ ପାର୍‌

ହାଇଦ୍ରାବାଦ୍‌,୧୭।୩: ଦେଶରେ ଲୋକ ସଭା ନିର୍ବାଚନ ବିଗୁଲ ବାଜିବା ପରଦିନ ଅର୍ଥାତ୍‌ ରବିବାରପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ରପ୍ରଦେଶର ପାଲନାଡୁ ଜିଲାରେ ଏନଡିଏର ଏକ ବିଶାଳ ଜନସମାବେଶରେ ଯୋଗ ଦେଇଥିଲେ। ଏହି ରାଲିରେ ମଞ୍ଚ ଉପରେ ଏନଡିଏର ସହଯୋଗୀ ଟିଡିପି ମୁଖ୍ୟ ଏନ. ଚନ୍ଦ୍ରବାବୁ ନାଇଡୁ ଏବଂ ଜନସେନା ଦଳର ସଭାପତି ପୱନ କଲ୍ୟାଣ ମଧ୍ୟ ନଜର ଆସିଥିଲେ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଏନଡିଏ ସରକାର ତୃତୀୟ କାର୍ଯ୍ୟକାଳରେ ବଡ ନିଷ୍ପତ୍ତି ନେବେ। ଏଥର ନିର୍ବାଚନ ଫଳାଫଳ ୪ ଜୁନରେ ଆସୁଛି ଏବଂ ଏହି ୪ ଜୁନରେ ବିକଶିତ ଭାରତ ତଥା ବିକଶିତ ଆନ୍ଧ୍ରପ୍ରଦେଶ ପାଇଁ ଭୋଟ ସଂଖ୍ୟା ୪୦୦ ଅତିକ୍ରମ କରିବ। ଏହି ନିର୍ବାଚନରେ ଭାଜପାର ସହଯୋଗୀମାନେ କ୍ରମାଗତ ଭାବେ ବୃଦ୍ଧି ପାଉଛନ୍ତି। ଏହା ଏନ୍‌ଡିଏର ଶକ୍ତି ବୃଦ୍ଧି କରୁଛି। ଏନ୍‌. ଚନ୍ଦ୍ରବାବୁ ନାଇଡୁ ଏବଂ ପୱନ କଲ୍ୟାଣ ଆପଣଙ୍କ ବିକାଶ ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି।
ଆନ୍ଧ୍ରପ୍ରଦେଶରେ ଏନଡିଏ ସରକାର ଏବଂ ଡବଲ ଇଞ୍ଜିନ ସରକାରଙ୍କ ଉପସ୍ଥିତି ଯୋଗୁ ବିକାଶ ତ୍ୱରାନ୍ବିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ରରେ ଥିବା ଏନଡିଏ ସରକାର

Share