ଗୁଆହାଟୀ,୬।୭: ପୂର୍ବ ଏବଂ ଉତ୍ତର ପୂର୍ବ ଭାରତର ୧୨ଟି ରାଜ୍ୟର ବରିଷ୍ଠ ଭାଜପା ନେତାମାନେ ଆସାମରେ ଗୁରୁବାର ଏକ ବୈଠକ କରିଛନ୍ତି। ଆସନ୍ତା ୨୦୧୪ ଲୋକ ସଭା ନିର୍ବାଚନ ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରିବେ। ବୈଠକରେ ଭାଜପା ଜାତୀୟ ସାଧାରଣ ସମ୍ପାଦକ ବି.ଏଲ. ସନ୍ତୋଷ, କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ଏବଂ ବିଧାୟକ ତଥା ରାଜ୍ୟ ୟୁନିଟ ସଭାପତିଙ୍କ ସମେତ ଦଳର ଏମ୍ପିମାନେ ଯୋଗ ଦେଇଛନ୍ତି।
ଭାଜପାର ଆସାମ ୟୁନିଟର ସଭାପତି ଭାବେଶ କାଳିତା କହିଛନ୍ତି ଯେ, ଦିନ ସାରା ଚାଲିଥିବା ବୈଠକରେ ମୁଖ୍ୟ ପ୍ରସଙ୍ଗ ଉପରେ ଆଲୋଚନା ହେବ। ସେଥିମଧ୍ୟରୁ ସଂଗଠନକୁ ମଜବୁତ କରିବା ଏବଂ ଆଗାମୀ ନିର୍ବାଚନ ପାଇଁ ରଣନୀତି ସାମିଲ ରହିଛି। ଏହି ବୈଠକ ପୂର୍ବରୁ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଆମର ଉଦ୍ଦେଶ୍ୟ ହେଉଛି ପ୍ରଧାନମନ୍ତ୍ରୀ ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ କ୍ଷମତାକୁ ଫେରିବା ଏବଂ ଆମେ ଏହି ଦିଗରେ ମଧ୍ୟ କାର୍ଯ୍ୟ କରୁଛୁ।