Categories: ଜାତୀୟ

ମୁଁ ଗ୍ୟାରେଣ୍ଟି ଦେଉଛି, ୨୦୨୪ରେ ଆମେ ଭାଜପାକୁ ହରାଇବୁ: ରାହୁଲ

ନୂଆଦିଲ୍ଲୀ,୨୫।୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି। ଲଦାଖରେ କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆମେ ୨୦୨୪ରେ ଭାଜପାକୁ ହରାଇବୁ। ଏହା ସହିତ ସେ କହିଛନ୍ତି ଯେ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ ଏବଂ ତେଲଙ୍ଗାନା ନିର୍ବାଚନରେ କଂଗ୍ରେସ ଜିତିବ।

ରାହୁଲ ଗାନ୍ଧୀ ଲଦାଖ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ଭେଟୁଛନ୍ତି। ଏହିପରି ଏକ ବୈଠକରେ ଯେତେବେଳେ ସେ ଯୁବକମାନଙ୍କ ସହ କଥାବାର୍ତ୍ତା କରୁଥିଲେ, ଜଣେ ଯୁବକ ତାଙ୍କୁ ଏକ ପ୍ରଶ୍ନ ପଚାରିଥିଲେ, ଭାଜପାକୁ କିପରି ପରାସ୍ତ କରିବେ? ଏହା ଉପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆପଣ ଭାବିବା ଉଚିତ୍‌ ନୁହେଁ କି କଂଗ୍ରେସ ଭାଜପା ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ। ମୁଁ ଆପଣଙ୍କୁ ଏକ ଗ୍ୟାରେଣ୍ଟି ଦେଉଛି ଯେ ୨୦୨୪ ରେ ଆମେ ଭାଜପାକୁ ପରାସ୍ତ କରିବୁ।

Share