Categories: ଜାତୀୟ

ଲୋକ ସଭା ନିର୍ବାଚନ: କଂଗ୍ରେସର ତୃତୀୟ ତାଲିକାରେ ୭ ରାଜ୍ୟର ୫୭ ପ୍ରାର୍ଥୀଙ୍କ ନାମ

ନୂଆଦିଲ୍ଲୀ,୨୧।୩: ଗୁରୁବାର ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୭ଟି ରାଜ୍ୟରୁ ୫୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ଗୁଜରାଟ, ରାଜସ୍ଥାନ, କର୍ନାଟକ, ମହାରାଷ୍ଟ୍ର, ତେଲଙ୍ଗାନା, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘କେନ୍ଦ୍ରୀୟ ନିର୍ବାଚନ କମିଟି’ର ବୈଠକରେ ଲୋକ ସଭା ନିର୍ବାଚନ ପାଇଁ ୫୭ ଲୋକ ସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ନାମର ତୃତୀୟ ତାଲିକା ପ୍ରକାଶ ପାଇଛି।

 

Share