Categories: ଜାତୀୟ

ଲୋକ ସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ…

ନୂଆଦିଲ୍ଲୀ,୧୧।୮: ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବୁଧବାର ସ୍ଥଗିତ ରଖାଯାଇଛି। ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହର ସାଧାରଣ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ସେହିପରି ରାଜ୍ୟ ସଭାରେ ବିରୋଧୀଙ୍କ ହଙ୍ଗାମା ଯୋଗୁ ଗୃହକୁ ମୁଲତବୀ ରଖାଯାଇଛି। ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଥିଲା। ତେବେ ଏବେ ଲୋକ ସଭାକୁ ସ୍ଥଗିତ ରଖାଯାଇଛି।

Share