Categories: ଜାତୀୟ

ଲୋକ ସଭା ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ

ନୂଆଦିଲ୍ଲୀ,୨୫।୩: ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ଗୁରୁବାର ସ୍ଥଗିତ ରଖାଯାଇଛି। କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହିତ କେରଳ, ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଆଦି ୪ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକ ସଭାର ବଜେଟ ଅଧିବେଶନକୁ ସମୟ ପୂର୍ବରୁ ସ୍ଥଗିତ ରଖାଯାଇଛି। ଅଧିବେଶନ ଏପ୍ରିଲ୍‌ ୮ରେ ଶେଷ ହୋଇଥାନ୍ତା। ମାତ୍ର ଏହାକୁ ୧୪ ପୂର୍ବରୁ ସ୍ଥଗିତ ରଖାଯାଇଛି। ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ମାର୍ଚ୍ଚ ୨୭ରେ ଅନୁଷ୍ଠିତ ହେବ। ଏହାର ୨ ଦିନ ପୂର୍ବରୁ ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ ରଖାଯିବା ସମ୍ପର୍କରେ ଘୋଷଣା କରାଯାଇଛି। ବିଧାନସଭା ନିର୍ବାଚନ ମାର୍ଚ୍ଚ ୨୭ରୁ ଏପ୍ରିଲ୍‌ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ନିର୍ବାଚନ ଫଳାଫଳ ମେ ୨ରେ ପ୍ରକାଶ ପାଇବ।

Share