ନୂଆଦିଲ୍ଲୀ,୨୧।୧୨:ବହୁଜନ ସମାଜ ପାର୍ଟି ଏମ୍ପି ଦାନିଶ ଅଲି କରୋନା ସଂକ୍ରମିତ ହୋଇଛନ୍ତି। ମଙ୍ଗଳବାର ସେ ଟୁଇଟରରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଟିକାକରଣର ଉଭୟ ଡୋଜ ପାଇବା ସତ୍ତ୍ୱେ ମୁଁ କରୋନା ପଜିଟିଭ୍ ଗତକାଲି (ସୋମବାର) ମୁଁ ସଂସଦର ପ୍ରକ୍ରିୟାରେ ମଧ୍ୟ ଭାଗ ନେଇଥିଲି। ମୋ ସହ ଯୋଗାଯୋଗ ସମସ୍ତ ଲୋକଙ୍କୁ ଅନୁରୋଧ କରୁଛି ସେମାନେ ଆଇସୋଲେସନରେ ରୁହନ୍ତୁ। ମୋର ସାମାନ୍ୟ ଲକ୍ଷଣ ଅଛି ଏବଂ ଶୀଘ୍ର ସୁସ୍ଥ ହେବାକୁ ଆଶା କରେ। ଏହି ଟୁଇଟରେ ସେ ଲୋକ ସଭା ବାଚସ୍ପତି ଏବଂ ଲୋକସଭା ସଚିବାଳୟକୁ ମଧ୍ୟ ଟ୍ୟାଗ କରିଛନ୍ତି।