Categories: ଜାତୀୟ

ବିମାନବନ୍ଦରରେ ଏମ୍‌ପିଙ୍କୁ ସୁବିଧା ସୁଯୋଗ ନ ମିଳିବା ଅଭିଯୋଗ, ଇଣ୍ଡିଗୋକୁ ସମନ

ନୂଆଦିଲ୍ଲୀ,୨୧।୮: ଲୋକ ସଭାର ପ୍ରିଭିଲେଜ୍‌ କମିଟି ଇଣ୍ଡିଗୋ ଏୟାରଲାଇନ୍ସର ଏମଡି ରାହୁଲ ଭାଟିଆଙ୍କୁ ସମନ ପଠାଇ ଅଗଷ୍ଟ ୩୦ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ଏମ୍‌ପିମାନେ ଅଭିଯୋଗ କରିଥିଲେ ଯେ, ପ୍ରୋଟୋକଲ ଅନୁଯାୟୀ ବିମାନବନ୍ଦରରେ ସୁବିଧା ଏବଂ ଭଲ ବ୍ୟବହାର କରାଯାଉନାହିଁ। ଏମ୍‌ପିଙ୍କ ଦ୍ୱାରା ପ୍ରୋଟୋକଲ ଉଲ୍ଲଂଘନ ଅଭିଯୋଗ ଉପରେ ପ୍ରିଭିଲେଜ୍‌ କମିଟି ଏହି ସମନ ଜାରି କରିଛି।

Share