ନୂଆଦିଲ୍ଲୀ,୨୩।୧୨: ପାର୍ଲାମେଣ୍ଟର ଉଭୟ ଗୃହ ଲୋକ ସଭା ଏବଂ ରାଜ୍ୟ ସଭାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଡିସେମ୍ବର ୨୯ ପର୍ଯ୍ୟନ୍ତ ଗୃହର ପ୍ରକ୍ରିୟା ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଏହାପୂର୍ବରୁ ଉଭୟ ଗୃହକୁ ସ୍ଥଗିତ କରାଯାଇଛି।
୭ ଡିସେମ୍ବରରେ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନରେ, ମୋଟ ୬୨ଘଣ୍ଟା ୪୨ ମିନିଟର ୧୩ଟି ବୈଠକ ଅନୁଷ୍ଠିତ ହୋଇଥିଲା। ଶୀତ ଅଧିବେଶନ ଶେଷରେ ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ଚାମ୍ବରରେ ପାରମ୍ପରିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଏମ୍ପି ସୋନିଆ ଗାନ୍ଧୀ ଏବଂ ଅନ୍ୟ ନେତାମାନେ ଯୋଗ ଦେଇଛନ୍ତି।