ଲୋକ ସଭା ବାଚସ୍ପତି କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୧।୩: ଲୋକ ସଭା ବାଚସ୍ପତି ଓମ୍‌ ବିରଳାଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଚିକିତ୍ସା ପାଇଁ ତାଙ୍କୁ ଏମ୍ସ୍‌ରେ ଭର୍ତ୍ତି କରାଯାଇଛି। ମାର୍ଚ୍ଚ ୧୯ରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହାପରେ ମାର୍ଚ୍ଚ ୨୦ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଏମ୍ସ୍‌ ପକ୍ଷରୁ ରବିବାର ଜାରି ହୋଇଥିବା ସୂଚନାରେ ଉଲ୍ଲେଖ କରାଯାଇଛି।

Share