Categories: ଜାତୀୟ

ଓମ ବିର୍ଲାଙ୍କୁ ମନାଇବାକୁ ଚେଷ୍ଟା

ନୂଆଦିଲ୍ଲୀ,୩।୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେବାର ବାର ଦିନ ବିତି ଗଲାଣି, କିନ୍ତୁ ମଣିପୁର ପ୍ରସଙ୍ଗରେ ଉତ୍ତେଜନା ଥିବାରୁ ଗୃହର ପ୍ରକ୍ରିୟା ସୁରୁଖୁରୁରେ ଚାଲିନାହିଁ। ଏମପିଙ୍କ ଉତ୍ତେଜନାକୁ ନେଇ ବାଚସ୍ପତି ଓମ ବିର୍ଲା ମଧ୍ୟ ରାଗିଛନ୍ତି ଏବଂ ଲୋକ ସଭାର ପ୍ରକ୍ରିୟା ପରିଚାଳନା କରୁନାହାଁନ୍ତି। ଏବେ ବିରୋଧୀ ଏମପି ଅଧିର ରଂଜନ ଗୌଧୁରୀ ଆବେଦନ କରିଛନ୍ତି ଯେ ଲୋକ ସଭା ବାଚସ୍ପତି ଓମ ର୍ବିଲା ଏହି ପ୍ରକ୍ରିୟା ପରିଚାଳନା କରନ୍ତୁ।
ଗୁରୁବାର ଯେତେବେଳେ ଲୋକ ସଭା ପ୍ରକ୍ରିୟା ଆରମ୍ଭ ହୋଇଥିଲା, ସେତେବେଳେ ରାଜେନ୍ଦ୍ର ଅଗ୍ରୱାଲ ଓମ ବିର୍ଲାଙ୍କ ସ୍ଥାନରେ ବାଚସ୍ପତିଙ୍କ ଆସନରେ ବସିଥିଲେ। ଲୋକ ସଭାରେ କଂଗ୍ରେସ ନେତା ଓମ ବିର୍ଲାଙ୍କ ଅନୁପସ୍ଥିତିରେ ଆଧିର ରଂଜନ ଚୌଧୁରୀ ବାଚସ୍ପତି ଓମ ବିର୍ଲା ଲୋକ ସଭା ପ୍ରକ୍ରିୟା ପରିଚାଳନା କରିବାକୁ ଅନୁରୋଧ କରିଥିଲେ। ଚୌଧୁରୀ କହିଛନ୍ତି ଯେ ‘ସେ ଆମର ରକ୍ଷକ’। ଏହା ଉପରେ ଆସନରେ ବସିଥିବା ରାଜେନ୍ଦ୍ର ଅଗ୍ରୱାଲ ଚୌଧୁରୀଙ୍କୁ କହିଛନ୍ତି ଯେ ସେ ଅଧ୍ୟକ୍ଷଙ୍କ ନିକଟରେ ତାଙ୍କ ବାର୍ତ୍ତା ପହଞ୍ଚାଇବେ।

Share