Categories: ଜାତୀୟ

ଦାନିସ ଅଲ୍ଲୀ, ରମେଶ ବିଧୁରୀଙ୍କ ଅଭିଯୋଗ ମାମଲାର ଯାଞ୍ଚ୍‌ କରିବ ସଂସଦର ବିଶେଷାଧିକାର କମିଟି

ନୂଆଦିଲ୍ଲୀ,୨୮।୯: ବିଏସ୍‌ପି ଏମ୍‌ପି ଦାନିସ ଅଲ୍ଲୀ ଏବଂ ରମେଶ ବିଧୁରୀଙ୍କ ଅଭିଯୋଗ ପ୍ରସଙ୍ଗର ଅନୁସନ୍ଧାନ ସଂସଦର ବିଶେଷାଧିକାର କମିଟି କରିବ ବୋଲି ଲୋକ ସଭା ବାଚସ୍ପତି ଓମ ବିର୍ଲା ନିର୍ଦ୍ଦେଶ ଦେଇଛନ୍ତି।
ସଂସଦର ସ୍ବତନ୍ତ୍ର ଅଧିବେଶନ ଚାଲିଥିବାବେଳେ ନିମ୍ନ ସଦନରେ ଚନ୍ଦ୍ରୟାନ-୩ ମିଶନର ସଫଳତା ଉପରେ ଆଲୋଚନା ଚାଲିଥିବାବେଳେ ଦକ୍ଷିଣ ଦିଲ୍ଲୀ ସଂସଦୀୟ ଆସନର ସଦସ୍ୟ ବିଧୁରୀ ଉତ୍ତର ପ୍ରଦେଶ ଆମରୋହା ଏମ୍‌ପି ଦାନିସଙ୍କୁ ‘ମୁସଲମାନ ଆତଙ୍କବାଦୀ’ ଆଖ୍ୟା ଦେଇଥିଲେ। ବିରୋଧୀ ଦଳଗୁଡ଼ିକ ଏହାର ଦୃଢ଼ନିନ୍ଦା କରିଥିଲେ। ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଏମ୍‌ପି ସୁପ୍ରିୟା ସୁଲେ, ତୃଣମୂଳ କଂଗ୍ରେସ (ଟିଏମସି)ର ଅପରୁପା ପୋଦ୍ଦାର, ଡିଏମକେ ଏମ୍‌ପି କାନିମୋଝୀ ଏବଂ ଅନ୍ୟାନ୍ୟ ବିରୋଧୀ ଏମ୍‌ପି ଦାନିଶ ଅଲ୍ଲୀଙ୍କୁ ସମର୍ଥନ କରିଥିଲେ। ବିଧୁରୀଙ୍କ ବିବାଦୀୟ ମନ୍ତବ୍ୟ ସମ୍ପର୍କରେ ବାଚସ୍ପତିଙ୍କୁ ଏକ ଚିଠି ଲେଖି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି ଏମ୍‌ପିମାନେ ବିଶୋଧିକାର କମିଟିକୁ ପଠାଇବାକୁ ଦାବି ଉଠାଇଥିଲେ।

Share