Categories: ଜାତୀୟ

ଲୋକ ସଭା ବାଚସ୍ପତି ପାଆନ୍ତି ଏତିକି ଦରମା, ମିଳେ ଏହି ସବୁ ସୁବିଧା

ନୂଆଦିଲ୍ଲୀ,୨୫।୬: ଲୋକ ସଭା ବାଚସ୍ପତି ପଦ ପାଇଁ ବୁଧବାର ର୍ବସମ୍ମତି କ୍ରମେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ବିରୋଧୀଦଳ ପକ୍ଷରୁ କେ ସୁରେଶ ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ଏନଡିଏ ଓମ ବିର୍ଲାଙ୍କୁ ପ୍ରାର୍ଥୀ କରିଛି। କିନ୍ତୁ ଆପଣ ଜାଣନ୍ତି କି ଲୋକ ସଭା ବାଚସ୍ପତି ପଦ ପାଇଁ ମନୋନୀତ ପ୍ରାର୍ଥୀ କେତେ ବେତନ ଏବଂ କେଉଁ କେଉଁ ସୁବିଧା ପାଆନ୍ତି? ତେବେ ଆସନ୍ତୁ ଜାଣିବା…

ଲୋକ ସଭା ବାଚସ୍ପତି ପଦ ପାଇଁ ପ୍ରଥମ ଥର ପାଇଁ ମତଦାନ ଅନୁଷ୍ଠିତ ହେବ। ବାସ୍ତବରେ ଲୋକ ସଭାର ବାଚସ୍ପତି ମଧ୍ୟ ସଂସଦର ସଦସ୍ୟ ଅଟନ୍ତି। ୧୯୫୪ ଅଧିନିୟମ ଅନୁଯାୟୀ ଲୋକ ସଭା ବାଚସ୍ପତିଙ୍କୁ ବେତନ ସହିତ ଭତ୍ତା ଏବଂ ପେନସନ୍‌ ମଧ୍ୟ ମଳେ। ୧୯୫୪ ଅଧିନିୟମ ୨୦୧୦ରେ ସଂଶୋଧିତ ହୋଇଥିଲା। ଲୋକ ସଭା ବାଚସ୍ପତି ଏମ୍‌ପି ଭାବରେ ୧ ଲକ୍ଷ ଟଙ୍କା ଦରମା ପାଇଥାନ୍ତି।

ଏହା ବ୍ୟତୀତ ବାଚସ୍ପତିଙ୍କୁ ଅତିରିକ୍ତ ଭତ୍ତା ମଧ୍ୟ ମିଳିଥାଏ। ବାଚସ୍ପତିଙ୍କୁ ତାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ସଂସଦ ଅଧିବେଶନ କିମ୍ବା ଅନ୍ୟାନ୍ୟ କମିଟି ବୈଠକରେ ଯୋଗଦେବା ପାଇଁ ଦୈନିକ ଭତ୍ତା ଦିଆଯାଏ। କାର୍ଯ୍ୟକାଳ ପୂରା ହେବା ପରେ ବାଚସ୍ପତିଙ୍କୁ ପେନସନ୍‌, ଅତିରିକ୍ତ ଭତ୍ତା, ଯାତ୍ରା ଭତ୍ତା, ମାଗଣା ଆବାସ, ମାଗଣା ବିଦ୍ୟୁତ୍‌ ଏବଂ ମାଗଣା ଫୋନ ଭଳି ସୁବିଧା ମିଳିଥାଏ।

 

Share