ଆଜି ଫିଟିବ ଭାଗ୍ୟ ପେଡ଼ି

ଭୁବନେଶ୍ୱର,୪ା୬(ଅନିଲ ଦାସ):ନିର୍ବାଚନ ସରିଛି। ନେତାଠୁ ଜନତା ସଭିଏଁ ଚାହିଁ ରହିଛନ୍ତି ଫଳାଫଳକୁ। ମଙ୍ଗଳବାର ପ୍ରତୀକ୍ଷାର ଅନ୍ତ ଘଟିବ। ଇଭିଏମରେ ସିଲ୍‌ ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଖୋଲିବ। କାହା ମୁଣ୍ଡରେ ହାତୀ ସୁନା କଳସ ଢାଳିବ, ତାକୁ ନେଇ ପ୍ରାର୍ଥୀଙ୍କର ହାର୍ଟବିଟ୍‌ ବଢ଼ି ଯାଇଛି। ବିଗତ ନିର୍ବାଚନ ଠାରୁ ଚଳିତ ନିର୍ବାଚନ ଅଧିକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିବାରୁ ରାଜ୍ୟ ଶାସନ ଡୋରି କାହା ହାତକୁ ଯିବ ସେ ନେଇ ସଂଶୟ ଲାଗି ରହିଛି। ଅପରପକ୍ଷରେ ମଙ୍ଗଳବାର ଗଣତି ହେବାକୁ ଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି। ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହେବ। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍‌ ଗଣନା ହେବ। ରାଜ୍ୟର ୭୦ଟି କେନ୍ଦ୍ରରେ ଭୋଟ ଗଣନା ହେବ। ସେଥିରୁ ୬୯ଟିରେ ଇଭିଏମ୍‌ ଏବଂ ଗୋଟିଏ କେନ୍ଦ୍ରରେ ପୋଷ୍ଟାଲ ବାଲଟ ଗଣନା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) କହିଛନ୍ତି।
ସୋମବାର ଖବରଦାତା ସମ୍ମିଳନୀରେ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ସିଇଓ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଯେ, ମୋଟ ୩,୫୮୯ ଟେବୁଲରେ ଭୋଟ ଗଣନା ହେବ। ଭୋଟ ଗଣନା ସକାଶେ ବିଧାନସଭା ପାଇଁ ୧,୭୯୯ ଏବଂ ଲୋକ ସଭା ପାଇଁ ୧,୭୯୦ କାଉଣ୍ଟିଂ ଟେବୁଲ କରାଯାଇଛି। ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏ କାଉଣ୍ଟିଂ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଟ କାଉଣ୍ଟିଂ ସୁପରଭାଇଜର, ଜଣେ ମାଇକ୍ରୋ ଅବ୍‌ଜରଭର ରହିବେ। ସେମାନଙ୍କୁ ସମସ୍ତଙ୍କୁ ପର୍ଯ୍ୟାପ୍ତ ତାଲିମ ଦିଆଯାଇଛି। ୬୦ଟି ହଲ୍‌ରେ ଉଭୟ ଲୋକ ସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀର ଅଲଗା ଅଲଗା ଟେବୁଲରେ ଗଣନା ହେବ। ମାତ୍ର ୮୭ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଉଭୟ ବିଧାନସଭା ଓ ଲୋକ ସଭା ପାଇଁ ଅଲଗା ଅଲଗା କାଉଣ୍ଟିଂ ସେଣ୍ଟର କରାଯାଇଛି। ଭାରତର ନିର୍ବାଚନ କମିଶନ ଭୋଟ ଗଣନା ତଦାରଖ କରିବାକୁ ୧୨୪ ଜଣ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି। ୧୩୯ ବିଧାନସଭା କ୍ଷେତ୍ରରେ ୩୦ ରାଉଣ୍ଡ ଗଣନା ହେବ। ତେବେ ୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ରାଇରଙ୍ଗପୁର, ବିଷମକଟକ, ସାରସକଣା, ଆଳି, ଚିତ୍ରକୁଣ୍ଡା, ପାଟକୁରା, ମୋହନା ଓ ଲୋଇସିଙ୍ଗା ବିଧାନସଭା ନିର୍ବାଚନମଣ୍ଡଳୀରେ ଗଣନା ପାଇଁ ସମୟ ଲାଗିବାକୁ ଥିବାରୁ ସେଠାରେ ୩୦ରୁ ଅଧିକ ରାଉଣ୍ଡ ଗଣନା ହେବ ବୋଲି ସିଇଓ ସୂଚନା ଦେଇଛନ୍ତି। ଚଳିତ ନିର୍ବାଚନରେ ୧ ଲକ୍ଷ ୪୭ ହଜାର ପୋଷ୍ଟାଲ ବାଲଟ ମିଳିଛି। ପ୍ରତି କାଉଣ୍ଟିଂ ସେଣ୍ଟରରେ ଜଣେ ଲେଖାଏ ଏଆରଓ ରହିବେ। ଏଥିସହିତ ତାଙ୍କୁ ସହାୟତା କରିବାକୁ ଅତିରିକ୍ତ ଏଆରଓ ରହିବେ। ସଂସଦୀୟ କ୍ଷେତ୍ର ପାଇଁ ୫୧୭ ଏବଂ ବିଧାନସଭା ପାଇଁ ୭୧୨ ଜଣ ଏଆରଓ ନିୟୋଜିତ ହୋଇଛନ୍ତି। ୨୦ଟି ସଂସଦୀୟ କ୍ଷେତ୍ର ପାଇଁ ଜିଲାପାଳ ତଥା ରିଟର୍ନିଂ ଅଫିସର ରହିବେ। ଭୋଟ ଗଣନା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୬୯ଟି ଷ୍ଟ୍ରଙ୍ଗରୁମ୍‌ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଆଜି ଫିଟିବ ଭାଗ୍ୟ…
ସେଠାରେ ୬୦ କମ୍ପାନୀ ଓ ୧ ପ୍ଲାଟୁନ କେନ୍ଦ୍ରୀୟ ସୁରକ୍ଷା ବଳ (ସିଏପିଏଫ୍‌) ଏବଂ ରାଜ୍ୟ ପୋଲିସ ମୁତୟନ ଅଛନ୍ତି। ଭୋଟ ଗଣନା ଓ ଏହା ପରବର୍ତ୍ତୀ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ୮୯ କମ୍ପାନୀ ସିଏପିଏଫ୍‌ ମୁତୟନ କରାଯାଇଛି। ସିଏପିଏଫ୍‌, ଆଇଆରବି କିମ୍ବା ଅନ୍ୟ ରାଜ୍ୟରୁ ଆସିଥିବା ସୁରକ୍ଷା କର୍ମୀ ସାଧାରଣତଃ ନିର୍ବାଚନ ଶେଷ ହେବା ପରେ ଫେରି ଯାଇଥାଆନ୍ତି। ମାତ୍ର ଗୃହ ବିଭାଗ ଅନୁରୋଧକ୍ରମେ ସେହି ସୁରକ୍ଷା କର୍ମୀମାନେ ଆସନ୍ତା ୬ ତାରିଖଯାଏ ରାଜ୍ୟରେ ରହିବେ। ଭୋଟ ଗଣନା କେନ୍ଦ୍ରର ସୁରକ୍ଷା ପାଇଁ ଡବଲ ବ୍ୟାରିକେଟିଂ କରାଯାଇଛି। ଏଥିସହିତ ସିସିଟିଭି ମନିଟରିଂ ପାଇଁ ବ୍ୟବସ୍ଥା ହୋଇଛି। ଗାର୍ଡ ଡାଇରି ଜରିଆରେ ତଥ୍ୟ ରଖାଯିବ। ଭୋଟଗଣନା କେନ୍ଦ୍ର ଭିତରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି। ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନକୁ ଭିତ୍ତିକରି ପଦକ୍ଷେପ ନିଆଯିବ।
ରାଜ୍ୟରେ ଚଳିତଥର ମତଦାନ ହାର ବୃଦ୍ଧି ପାଇଛି। ୨୦୧୯ରେ ମତଦାନ ହାର ୭୩.୦୯% ଥିବାବେଳେ ୨୦୨୪ରେ ୭୪.୪୪%କୁ ବୃଦ୍ଧି ପାଇଛି। ୨୦୨୪ ନିର୍ବାଚନରେ ପୁରୁଷଙ୍କ ମତଦାନ ହାର ୭୩.୩୭% ଓ ମହିଳାଙ୍କ ମତଦାନ ହାର ୭୫.୫୫% ରହିଛି। ପୁରୁଷ ଭୋଟରଙ୍କ ତୁଳନାରେ ପ୍ରାୟ ୨% ଅଧିକ ମହିଳା ଭୋଟର ମତଦାନ କରିଛନ୍ତି। ଚଳିତଥର ରାଜ୍ୟର ୧୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ବୃଦ୍ଧି ପାଇଛି। ଅନ୍ୟ ୫ଟି ସଂସଦୀୟ କ୍ଷେତ୍ରରେ ମତଦାନ ହାର ହ୍ରାସ ପାଇଛି। ସର୍ବାଧିକ ଆସିକା ସଂସଦୀୟ କ୍ଷେତ୍ରରେ ପ୍ରାୟ ୩% ମତଦାନ ହାର ହ୍ରାସ ପାଇଛି। ୨୦୧୯ରେ ଏହି ସଂସଦୀୟ କ୍ଷେତ୍ରରେ ୬୫.୭୦% ମତଦାନ ଥିବାବେଳେ ଚଳିତଥର ୬୨.୬୭% ରହିଛି। ସେହିପରି କେନ୍ଦ୍ରାପଡ଼ାରେ ୧% ଓ ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ୧%ରୁ ଅଧିକ ମତଦାନ ହାର ହ୍ରାସ ପାଇଛି। ତେବେ ଭଦ୍ରକ ଓ ବ୍ରହ୍ମପୁରରେ ମତଦାନ ହାର ହ୍ରାସ ସ୍ବଳ୍ପ ରହିଛି। ଅଢ଼େଇ କୋଟିରୁ ଅଧିକ ଲୋକଙ୍କ ଭୋଟ ଗଣନା ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାହାରା ଜମାକାରୀଙ୍କ ପାଇଁ ଖୁସିଖବର: ଫେରସ୍ତ ରାଶି ସୀମା ୫୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨୦ା୯(ଅନୁରାଧା ମହାରଣା):ସରକାର ସାହାରା ଗ୍ରୁପ୍‌ ସମବାୟ ସମିତିର କ୍ଷୁଦ୍ର ଜମାକାରୀଙ୍କୁ ଫେରସ୍ତ କରାଯିବାକୁ ଥିବା ଅର୍ଥ ରାଶିର ସୀମା ୧୦ହଜାର ଟଙ୍କାରୁ ୫୦ହଜାର ଟଙ୍କାକୁ ବୃଦ୍ଧି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ମେଜରଙ୍କ ବାନ୍ଧବୀଙ୍କୁ ଗୁପ୍ତାଙ୍କ ଦେଖାଇଥିଲେ ଥାନା ଆଇଆଇସି

ଭୁବନେଶ୍ୱର,୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ନିର୍ଯାତନା ଓ ଅତ୍ୟାଚାରର ଶିକାର ହୋଇଥିବା ଅଙ୍କିତା ପ୍ରଧାନ ଜାମିନରେ ମୁକୁଳିବା ପରେ ଗଣମାଧ୍ୟମ ଆଗକୁ ଆସି ମୁହଁ ଖୋଲିଛନ୍ତି। ଶନିବାର...

ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ମୋହନ ସରକାରଙ୍କ ପ୍ରଥମ କାର୍ଯ୍ୟାନୁଷ୍ଠାନ, ବିଦା ହେଲେ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର,୧୯ା୯: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୋହନ ସରକାର। ଭାଜପା ସରକାରରେ କୌଣସି କର୍ମଚାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବିଦା କରିବା ପ୍ରଥମ ଘଟଣା।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

Featured Video Play Icon

ମୋତେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ଆଇଆଇସି!

ଭରତପୁର ଥାନାରେ ସେନାଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର ଘଟଣା । ପିଡ଼ୀତା ଆଣିଲେ ଆଇଆଇସି ଦୁଷ୍କର୍ମ କରିବା ଅଭିଯୋଗ ।

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri