ଜୁନ ୧୩ରୁ ଖବରଦାତାଙ୍କ ପାଇଁ ଖୋଲିବ ଲୋକସେବା ଭବନ

ଭୁବନେଶ୍ୱର,୧୧।୬: ଆସନ୍ତା ଜୁନ ୧୩ ତାରିଖରୁ ଖବରଦାତାଙ୍କ ପାଇଁ ଲୋକସେବା ଭବନ ଖୋଲିବ। ୨୦୨୦ କରୋନା କାଳରୁ ଖବରଦାତାଙ୍କ ଲୋକସେବା ଭବନ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଯାହା ପରେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଖବରଦାତାଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଏବେ ଏହାକୁ ହଟାଯାଇଛି।

ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶା ପାଇବ ନୂଆ ମୁଖ୍ୟମନ୍ତ୍ରୀ। ଜୁନ ୧୨ ତାରିଖରେ ନୂଆ ସରକାର ଶପଥ ନେବେ।

Share