ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ତଦନ୍ତ କରିବେ ଲୋକାୟୁକ୍ତ

ଭୁବନେଶ୍ୱର,୭ା୧୨(ବ୍ୟୁରୋ)-ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଲୋକାୟୁକ୍ତ ତାଙ୍କ ଠକେଇ ମାମଲାର ତଦନ୍ତ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏ ନେଇ ଲୋକାୟୁକ୍ତଙ୍କୁ ସୁପାରିସ କରିଛନ୍ତି। ଲୋକାୟୁକ୍ତ ଗଠନ ହେବା ପରେ ରାଜ୍ୟ ସରକାରଙ୍କର ଏହା ହେଉଛି ପ୍ରଥମ ସୁପାରିସ। ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ସରକାର ଦୁର୍ନୀତି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସୁଛନ୍ତି। ଦୁର୍ନୀତି ପାଇଁ ଶୂନ ସହନଶୀଳତା ନୀତି ସରକାର ଅବଲମ୍ବନ କରିଛନ୍ତି। ଜନସାଧାରଣଙ୍କୁ ସ୍ବଚ୍ଛ ପ୍ରଶାସନ ଦେବା ନେଇ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି।

Share