Categories: ଜାତୀୟ

ଏନଡିଏରେ ସାମିଲ ହେବେ ଚିରାଗ ପାସୱାନ, ନଡ୍ଡା କହିଲେ ପରିବାରକୁ ସ୍ବାଗତ

ନୂଆଦିଲ୍ଲୀ,୧୮।୭: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବରୁ ଅନ୍ୟ ଏକ ଦଳ ଏନଡିଏରେ ଯୋଗ ଦେଇଛନ୍ତି। ଚିରାଗ ପାସୱାନ ଏନଡିଏରେ ସାମିଲ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଦଳର ମୁଖ୍ୟ ରଣନୀତିଜ୍ଞ ଅମିତ ଶାହାଙ୍କ ସହ ଚିରାଗ ପାସୱାନଙ୍କ ସାକ୍ଷାତ ପରେ ସୋମବାର ସାରେ ଭାଜପା ଏହି ଘୋଷଣା କରିଛି।

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଟୁଇଟ୍‌ କରି କହିଛନ୍ତି, ଲୋକ ଜନଶକ୍ତି ପାର୍ଟିର ମୁଖ୍ୟ ଦଳର ନେତା ଚିରାଗ ପାସୱାନ ଏନଡିଏରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ ତାଙ୍କୁ ଏନଡିଏ ପରିବାରକୁ ସ୍ବାଗତ କରୁଛି। ଜୁଲାଇ ୧୮ରେ ଦିଲ୍ଲୀର ଅଶୋକା ହୋଟେଲରେ ଭାଜପା ଏକ ଏନଡିଏ ବୈଠକ ଡାକିଛି। ବୈଠକରେ ୩୮ଟି ଦଳ ସାମି ହେବେ ବୋଲତ ନଡ୍ଡା କହିଛନ୍ତି।

Share