୩.୫ ଘଣ୍ଟାରେ ନ୍ୟୁୟର୍କରୁ ଲଣ୍ଡନ

ନ୍ୟୁୟର୍କ, ୫।୬: ଆମେରିକାର ନ୍ୟୁୟର୍କରୁ ବ୍ରିଟେନ ରାଜଧାନୀ ଲଣ୍ଡନକୁ ବିମାନରେ ଯାତ୍ରା କରିବାକୁ ହେଲେ ମାତ୍ର ୩.୫ ଘଣ୍ଟା ଲାଗିବ। ଏହି ଅନ୍ତର୍ଜାତୀୟ ଯାତ୍ରାକୁ ସୁଗମ କରିବା ପାଇଁ ଏୟାରଲାଇନ୍‌ ଷ୍ଟାର୍ଟଅପ୍‌ ବୁମ୍‌ ସୁପରସୋନିକ୍‌ଠାରୁ ୟୁନାଇଟେଡ୍‌ ଏୟାରଲାଇନ୍ସ ୧୫ଟି ବିମାନ କିଣିବ। ବର୍ତ୍ତମାନ ଉଡ଼ାଣ କରୁଥିବା ଏୟାରକ୍ରାଫ୍ଟଗୁଡ଼ିକର ବେଗଠାରୁ ବୁମ୍‌ ବିମାନର ଗତି ୨ ଗୁଣ ଅଧିକ। ତେବେ ଏହି ଯାତ୍ରୀ ସେବା ୨୦୨୯ରେ ଆରମ୍ଭ ହେବ ବୋଲି ଉଭୟ କମ୍ପାନୀ ପକ୍ଷରୁ ଏକ ମିଳିତ ବିବୃତିରେ କୁହାଯାଇଛି।

Share