ମୋଦିଙ୍କୁ ପ୍ରଶଂସା କଲେ ଲଣ୍ଡନର ପ୍ରଫେସର

ଲଣ୍ଡନ,୧୬।୪: ବିଶ୍ୱ ବ୍ୟାଙ୍କର ଏକ କାର୍ଯ୍ୟକ୍ରମ ହାଓ ବିହେଭିରିୟାଲ ଚେଞ୍ଚ କ୍ୟାନ ଟ୍ୟାକେଲ କ୍ଲାଇମେଟ ଚେଞ୍ଜ ସମୟରେ ଲଣ୍ଡନ ସ୍କୁଲ ଅଫ ଇକନୋମିକ୍ସର ପ୍ରଫେସର ନିକୋଲସ ଷ୍ଟର୍ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ଷ୍ଟର୍ନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱ ସାମ୍ନାରେ ଏମିତି ଏକ ବିକାଶର ମଡେଲ ଉପସ୍ଥାପନ କରିଛନ୍ତି ଯାହାର ଆବଶ୍ୟକତା ଆଜି ସମସ୍ତଙ୍କ ପାଇଁ ରହିଛି। ବିକାଶ ଓ ବୃଦ୍ଧିର ଏକ କାହାଣୀ ଲେଖୁଛି ଭାରତ। ଷ୍ଟର୍ନ ମୋଦିଙ୍କ ଲାଇଫ ମିଶନ ଯୋଜନାର ପ୍ରଶଂସା କରି କହିଛନ୍ତି, ଏହି ଯୋଜନା ସମାବେଶି ଓ ସତତ ବିକାଶର ମଡେଲ, ଯାହାକୁ ବିଶ୍ୱର ଆବଶ୍ୟକତା ରହିଛି।

Share