ଏହି ହାତୀକୁ ୩୫ ବର୍ଷ ଧରି ଗୋଟିଏ ସ୍ଥାନରେ ଏକାକୀ ରଖିଥିଲା ପାକିସ୍ତାନ

କାମ୍ବୋଡିଆ,୬ା୯: ପାକିସ୍ତାନର ପ୍ରାଣୀ ଉଦ୍ୟାନରେ ଏକ ହାତୀକୁ ୩୫ ବର୍ଷ ଧରି ଏକ ସ୍ଥାନରେ ଏକାକୀ ରଖାଯାଇଥିଲା। କାର୍ଯ୍ୟକର୍ତ୍ତାଙ୍କ ଦୀର୍ଘ ଉଦ୍ୟମ ପରେ, ବର୍ତ୍ତମାନ ଏହି ହାତୀ ସ୍ବାଧୀନତା ପାଇବାକୁ ଯାଉଛି। ଏହାକୁ ବିଶ୍ୱର ଏକାକୀ ହାତୀ ମଧ୍ୟ କୁହାଯାଉଛି। ଏହି ହାତୀର ନାମ କଓ୍ବାନ।

କଓ୍ବାନକୁ ଭଲରେ ରଖିବା ପାଇଁ ପଶୁମାନଙ୍କ ଅଧିକାର ନିମନ୍ତେ କାର୍ଯ୍ୟ କରୁଥିବା କାର୍ଯ୍ୟକର୍ତ୍ତାମାନେ ଦୀର୍ଘଦିନରୁ ଦାବି କରିଆସୁଥିଲେ। ପଶୁ ସମସ୍ୟା ଉପରେ କାର୍ଯ୍ୟ କରୁଥିବା ଏକ ସଂସ୍ଥା Four Pawsର ମୁଖପାତ୍ର କହିଛନ୍ତି ଯେ, ହାତୀଟି ଯିବା ପାଇଁ ଡାକ୍ତରୀ ମଞ୍ଜୁରୀ ପାଇଛି।

ବର୍ତ୍ତମାନ ଏହି ହାତୀକୁ କାମ୍ବୋଡିଆକୁ ନିଆଯିବ। ଯେଉଁଠାରେ ଅନ୍ୟ ହାତୀମାନଙ୍କ ସହିତ ଏହା ଭଲରେ ରହିବ। ଏହାପୂର୍ବରୁ ପାକିସ୍ତାନ ପ୍ରାଣୀ ଉଦ୍ୟାନରେ ହାତୀର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ସମଗ୍ର ବିଶ୍ୱରୁ ପଶୁ କାର୍ଯ୍ୟକର୍ତ୍ତାମାନେ କଓ୍ବାନକୁ ସାହାଯ୍ୟ କରିବାକୁ ଆସିଥିଲେ।

ମେ’ ମାସରେ ହାଇକୋର୍ଟ ମାର୍ଜାଜର ପ୍ରାଣୀ ଉଦ୍ୟାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପ୍ରାଣୀ ଉଦ୍ୟାନରୁ ହାତୀଟିକୁ ଅନ୍ୟ ସ୍ଥାନକୁ ନେବା ପାଇଁ ଇସ୍‌ଲାମାବାଦ ବନ୍ୟପ୍ରାଣୀ ପରିଚାଳନା ବୋର୍ଡ ଦ୍ୱାରା ଆମନ୍ତ୍ରଣ କରାଯାଇଥିଲା।

ବିଶେଷଜ୍ଞ କୁହନ୍ତି ଯେ, ହାତୀ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ। କାରଣ କେବଳ ଶାରୀରିକ ନୁହେଁ ବରଂ ସେ ମାନସିକ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ସେ ପାକିସ୍ତାନରେ ପର୍ଯ୍ୟାପ୍ତ ଖାଦ୍ୟ ମଧ୍ୟ ପାଇପାରି ନ ଥିଲା।

Share