ବ୍ୟକ୍ତିତ୍ୱକୁ ପ୍ରଭାବିତ କରେ ଏକୁଟିଆପଣ

କେତେକ ବ୍ୟକ୍ତି ଏକୁଟିଆ ରହିବାକୁ ପସନ୍ଦ କରିଥାଆନ୍ତି। ଏହା ଅଭ୍ୟାସରେ ପରିଣତ ହୋଇଗଲେ ଏକୁଟିଆପଣର ପ୍ରଭାବ ବ୍ୟକ୍ତିତ୍ୱ ଉପରେ ପଡିବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଜାଣିପାରିଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମନୋବିଜ୍ଞାନୀମାନେ। ‘ଏକୁଟିଆପଣ ଓ ବ୍ୟକ୍ତିତ୍ୱ’ ଶୀର୍ଷକ ବିଷୟକୁ ନେଇ ସେମାନେ ଏକ ସର୍ଭେ କରିଥିଲେ। ଯେଉଁମାନେ ଅଧିକାଂଶ ସମୟ ଏକୁଟିଆ ରହୁଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ଏହାଦ୍ୱାରା ପ୍ରଭାବିତ ହେଉଥିବାର ସେମାନେ ଜାଣିବାକୁ ପାଉଥିଲେ। ପୁଣି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସବୁବେଳେ ଏକୁଟିଆ ରହିଲେ ତାହାର ପ୍ରଭାବ ସକାରାତ୍ମକ ମାନସିକତା ଉପରେ ପଡିଥାଏ। ତେଣୁ କିଛି ସମୟ ସାଙ୍ଗସାଥୀ, ପରିବାର ସଦସ୍ୟଙ୍କ ସହ କଟାଇଲେ ମନ ପ୍ରଫୁଲ୍ଲ ରହିବା ସହ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିଥାଏ।