Posted inଫୁରସତ

ବୟସର ବ୍ୟବଧାନ ୪୫ ବର୍ଷ କିନ୍ତୁ ସୁଖୀ ଦମ୍ପତି

ଦମ୍ପତିଙ୍କ ମଧ୍ୟରେ ବୟସର ତାରତମ୍ୟ କମ୍‌ ରହିଲେ ବୈବାହିକ ଜୀବନ ସୁଖମୟ ହୋଇଥାଏ ବୋଲି ଅନେକ ମତ ଦିଅନ୍ତି। ହେଲେ ଏହାକୁ ଭୁଲ୍‌ ପ୍ରମାଣ କରିଛନ୍ତି କଲମ୍ବିଆର ଦମ୍ପତି ଷ୍ଟିଫନି ଏଣ୍ଡରଶନ ଓ ତାଙ୍କ ସ୍ବାମୀ ଡୋନ ଓ୍ବେପ୍ଲର। ଡୋନଙ୍କୁ ଯେତେବେଳେ ୬୯ ବର୍ଷ ଷ୍ଟିଫନିଙ୍କୁ ସେତେବେଳେ ୨୪ ବର୍ଷ। ହେଲେ ଦୀର୍ଘ ୪ ବର୍ଷ ଧରି ଏମାନେ ଡେଟିଂ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହି ସମ୍ପର୍କକୁ ଷ୍ଟିଫନିଙ୍କ ପରିବାର ଲୋକେ ଗ୍ରହଣ କରୁ ନ ଥିବା ବେଳେ ଶେଷରେ କିନ୍ତୁ ତାଙ୍କ ଜିଦ୍‌ ଆଗରେ ପରିବାର ସଦସ୍ୟ ହାର ମାନିଥିଲେ। ଆଉ ଉଭୟଙ୍କର ବିବାହ କରି ଦେଇଥିଲେ। ଷ୍ଟିଫନି କଲମ୍ବିଆର ଏକ ବାର୍‌ରେ କାମ କରୁଥିବା ସମୟରେ ଡୋନ୍‌ ସେତେବେଳେ ଜଣେ ଅବସରପ୍ରାପ୍ତ କଣ୍ଟ୍ରାକ୍ଟର ଭାବେ ସେଠାକୁ ଆସୁଥିଲେ। ସେହିଠାରେ ହିଁ ଡୋନଙ୍କ ପ୍ରେମରେ ପଡିଯାଇଥିଲେ ଷ୍ଟିଫାନି। ଏବେ ସେମାନଙ୍କ ବୈବାହିକ ଜୀବନ ସୁଖମୟ ବୋଲି ସେମାନେ କୁହନ୍ତି। ଆଉ ଏହାର ରାଜ୍‌ ହେଉଛି ଉଭୟେ ସବୁବେଳେ ଖୁସି ରୁ୍‌ହନ୍ତି ଓ ନିୟମିତ ଭାବେ ଶାରୀରିକ ସମ୍ପର୍କ ରଖନ୍ତି। ଏବେ ଏହି ଦମ୍ପତିଙ୍କର ଗୋଟିଏ ପୁଅ ଥିବା ବେଳେ ସେ ହିଁ ତାଙ୍କ ଜୀବନର ସବୁକିଛି ବୋଲି ସେମାନେ ଧରି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଦେଶରେ ଅଛି ଅଧିକ ସୁନା: ଲିଷ୍ଟ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୁନା କେବଳ ଅଳଙ୍କାର ଏବଂ ଆଭୂଷଣ ପାଇଁ ନୁହେଁ ବରଂ ଏକ ଦୃଢ଼ ଅର୍ଥନୀତି ପାଇଁ ମଧ୍ୟ ଜଣାଶୁଣା। ଯାହାର ସୁନା ଭଣ୍ଡାର ଅଧିକ ଥାଏ,...

ନିଜକୁ ଭଲ କରିବା ପାଇଁ ଔଷଧ ଦୋକାନକୁ ପଶିଗଲା ଆହତ ମାଙ୍କଡ଼, ଆଉ ତା’ ପରେ…

ସୋସିଆଲ ମିଡିଆରେ ଏକ ହୃଦୟସ୍ପର୍ଶୀ ଭିଡିଓ ଭାଇରାଲ ହେଉଛି। ଏଥିରେ ଏକ ଆହତ ମାଙ୍କଡ଼ କିପରି ନିଜର ଚିକିତ୍ସା ପାଇଁ ଔଷଧ ଦୋକାନକୁ ପଶି ଆସି...

ରକ୍ତଦାନ କ’ଣ ମଧୁମେହ ବିପଦ ହ୍ରାସ କରିପାରିବ, ହାର୍ଟ ପାଇଁ ଲାଭଦାୟକ ହୋଇପାରେ ? ନୂତନ ଅଧ୍ୟୟନରୁ ହେଲା ଖୁଲାସା

ଆମ ମଧ୍ୟରୁ ଅଧିକାଂଶ ଜାଣନ୍ତି ଯେ ରକ୍ତଦାନ ଜୀବନ ରକ୍ଷା କରିପାରେ, ଦୁର୍ଘଟଣା ପୀଡିତ, ଶଲ୍ୟଚିକିତ୍ସା ରୋଗୀ ଏବଂ ଦୀର୍ଘକାଳୀନ ରୋଗ ସହିତ ଲଢ଼ୁଥିବା ଲୋକଙ୍କୁ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳୀ

ଓଡ଼ିଶାରେ ଅନେକ ସୁନ୍ଦର ଓ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରହିଛି, ଯାହା ପ୍ରକୃତି, ସଂସ୍କୃତି ଏବଂ ଇତିହାସର ଏକ ଅନନ୍ୟ ସମ୍ମିଶ୍ରଣ ପ୍ରଦାନ କରେ। ନିମ୍ନରେ ଓଡ଼ିଶାର...

ଏ ହେଉଛି Money tree, ଏକମାତ୍ର ଗଛ ଯେଉଁଠାରେ ଫଳୁଛି ଟଙ୍କା !

କିଛି ଲୋକ କଥା କଥାରେ କହିଦିଅନ୍ତି ‘ଟଙ୍କା କ’ଣ ଗଛରେ ଫଳୁଛି ନା କ’ଣ’। ଆଜି ଆମେ ଆପଣଙ୍କୁ ଦୁନିଆର ନିଆରା ଗଛ ବିଷୟରେ କହିବୁ,...

ମଣିଷ ଚିହ୍ନିବାରେ ଭୂଲ କରିଦେଇଛନ୍ତି କି? ଚାଣକ୍ୟଙ୍କ ଏହି ୪ଟି କଥା ଜାଣିଲେ ପଶ୍ଚାତାପ କରିବେନି

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ବର୍ଣ୍ଣନା କରିଛନ୍ତି। ଏହାକୁ ଆପଣାଇବା କଷ୍ଟକର ହେଲେ ହେଁ ଯିଏ ତାହା କରିପାରିଛନ୍ତି ଜୀବନ ସୁଖମୟ...

ବିଶ୍ୱ ଧ୍ୱଂସ ପାଇବା ନେଇ ଏବେଯାଏ କେତେ ଭବିଷ୍ୟବାଣୀ ହୋଇଛି, ସବୁଠାରୁ ଭୟଙ୍କର ଭବିଷ୍ୟବାଣୀ କେଉଁଟି?

ମୃତ୍ୟୁ ଏକ ଚିରନ୍ତନ ସତ୍ୟ। ଯିଏ ଆସିଛି ସେ ନିଶ୍ଚିତ ଯିବେ। ଯିଏ ଜନ୍ମ ହୋଇଛି ତାହାର ମୃତ୍ୟୁ ନିଶ୍ଚିତ। ଯେପରି ବ୍ରହ୍ମଙ୍କୁ ସୃଷ୍ଟି କରାଯାଇଥିଲା,...

ଏହି ଧର୍ମର ଲୋକ ଏଲିଅନଙ୍କୁ ପୂଜା କରନ୍ତି, ତୋଳିଲେଣି ୬୦୦ରୁ ଅଧିକ ମନ୍ଦିର

ବ୍ରାଜିଲର ‘ସୂର୍ଯ୍ୟୋଦୟ ଉପତ୍ୟକା’ କିମ୍ବା ‘ଉଦୟ ଉପତ୍ୟକା’ ଏପରି ଏକ ଧର୍ମ ଯାହା ଏହାର ଅନନ୍ୟ ବିଶ୍ୱାସ ଏବଂ ଏଲିଏନଙ୍କ ପୂଜା ପାଇଁ ସାରା ବିଶ୍ୱରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image