ନୂଆଦିଲ୍ଲୀ,୨୬।୯(ପି.ଟି.): ୫୯ ବର୍ଷରେ ମୃତ୍ୟୁବରଣ କରିଥିବା ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଡିନ୍ ଜୋନ୍ସଙ୍କୁ କ୍ରିକେଟ ଆଇକନ୍ ସଚିନ ତେନ୍ଦୁଲକର ପ୍ରଶଂସା କରିଛନ୍ତି। ଏବେ ଖେଳୁଥିଲେ ଟି୨୦ ଫର୍ମାଟ୍ର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥାନ୍ତେ ବୋଲି ସେ କହିଛନ୍ତି। ନିଜ ସମୟଠାରୁ ବହୁ ଆଗରେ ଥିଲେ ଡିନ୍। ସେ ଜଣେ ଅସାଧାରଣ ବ୍ୟାଟ୍ସମ୍ୟାନ ଥିଲେ। ଯେତେବେଳେ ଛୋଟ ଥିଲି ଡିନ୍ଙ୍କ ବ୍ୟାଟିଂ ଟିଭିରେ ଦେଖୁଥିଲି। ଜଣେ ବ୍ୟାଟ୍ସମ୍ୟାନ ଭାବେ ସେ ନିର୍ଭିକ ଥିଲେ ଓ ଏବେ ଖେଳୁଥିଲେ ଟି୨୦ ଫର୍ମାଟରେ ଧୂଆଁଧାର ବ୍ୟାଟିଂ କରିଥାନ୍ତେ ବୋଲି ସଚିନ କହିଛନ୍ତି। ଉଲ୍ଲେଖଥାଉ କି, ଡିନ୍ ଜୋନ୍ସ ତାଙ୍କ ସମୟରେ ବିସ୍ଫୋରକ ତଥା ଧୂଆଁଧାର ବ୍ୟାଟିଂ ପାଇଁ ବେଶ୍ ଜଣାଶୁଣା ଥିଲେ।