ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ, ୮ ଦିନରେ ୬,୩୯୨ ଜୀବନ ନେଲାଣି କରୋନା…

ନୂଆଦିଲ୍ଲୀ, ୧।୨ : ଜାନୁୟାରୀ ୨୫ଠାରୁ ଦେଶରେ କରୋନା ଆକ୍ରାନ୍ତଙ୍କ ଦୈନିକ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୮ ଦିନରେ କରୋନା ମହାମାରୀ ୬,୩୯୨ ଜୀବନ ନେଲାଣି। ଏନେଇ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଅନୁଯାୟୀ, ମଙ୍ଗଳବାର ଦେଶରେ ୧,୬୭,୦୫୯ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସୋମବାର ଠାରୁ ଏହା ପ୍ରାୟ ୪୨ ହଜାର କମ ରହିଛି।

ଏଥି ସହିତ, ୩୧ ଜାନୁୟାରୀରେ ଦୈନିକ ମୃତ୍ୟୁ ସଂଖ୍ୟା ୧,୧୯୨ ରେକର୍ଡ ହୋଇଥିବାବେଳେ ଜାନୁୟାରୀ ୩୦ରେ ୯୫୯ ଜଣ ଲୋକଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଥିଲା।

ଜାନୁୟାରୀ ୨୫ରେ ୬୧୪ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଜାନୁୟାରୀ ୨୬ରେ ୬୬୫, ଜାନୁୟାରୀ ୨୭ରେ ୬୨୭, ଜାନୁୟାରୀ ୨୮ ରେ ୮୭୧ ଏବଂ ଜାନୁୟାରୀ ୨୯ରେ ୮୯୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା।

ମୃତ୍ୟୁ ସଂଖ୍ୟା ବଢ଼ିବା ଯୋଗୁ ଶ୍ମଶାନ, କବରସ୍ତାନ ସମ୍ମୁଖରେ ଧାଡ଼ିଧାଡ଼ି ମୃତ ଦେହ ଅନ୍ତିମ ସଂସ୍କାର ପାଇଁ ଲମ୍ବା ଲାଇନ ଲଗାଇ ରହିଥିବାର ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳୁଛି।

Share