ଆହାର କେନ୍ଦ୍ର ଆଗରେ ଲମ୍ବା ଧାଡି

କଟକ,୨୦।୬(ଶିଳ୍ପା ପ୍ରିୟଦର୍ଶିନୀ)ଏସ୍‌ସିବି ମେଡିକାଲରେ ଯୋଜନାରେ ସୀମିତ ରହିଛି ଦ୍ୱିତୀୟ ଆହାର କେନ୍ଦ୍ର। ମେଡିକାଲ ପରିସରରେ ଥିବା ଗୋଟିଏ ଆହାର କେନ୍ଦ୍ର ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଖାଦ୍ୟର ଚାହିଦା ପୂରଣ କରିପାରୁନାହିଁ। ଫଳରେ ଲମ୍ବା ଧାଡ଼ିରେ ସେମାନେ ଉକ୍ତ ଆହାର କେନ୍ଦ୍ର ସମ୍ମୁଖରେ ପୂର୍ବାହ୍ନ ଓ ରାତିରେ ପ୍ରାୟ ୨ ଘଣ୍ଟା ଧରି ଛିଡାହେବାକୁ ପଡୁଛି। ଅସହ୍ୟ ତାତି ଓ ଗୁଳୁଗୁଳିରେ ସେମାନେ ଦୀର୍ଘ ସମୟ ଛିଡା ହେଉଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରି କି ଅନେକ ରୋଗୀ ସମ୍ପର୍କୀୟ ଆହାର କେନ୍ଦ୍ରରେ ଖାଦ୍ୟ ନ ପାଇ ନିରାଶ ହୋଇ ଫେରୁଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଏସ୍‌ସିବି ମେଡିକାଲ ଓ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ମେଡିକାଲ ପରିସରରେ ଦ୍ୱିତୀୟ ଆହାର କେନ୍ଦ୍ର ଖୋଲିବା ପାଇଁ ଯୋଜନା କରାଯାଇଛି। ଏଥିପାଇଁ ମେଡିକାଲର ରାଣୀହାଟ ପାର୍ଶ୍ୱରେ ଜାଗା ଚିହ୍ନଟ କରାଯାଇଛି। ଦ୍ୱିତୀୟ ଆହାର କେନ୍ଦ୍ର ଖୋଲିବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯାଇଥିଲା। ଏପରି କି ଆହାର କେନ୍ଦ୍ର ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଥିଲା। ଦ୍ୱିତୀୟ ଆହାର କେନ୍ଦ୍ରରେ ୫୦୦ ଲୋକଙ୍କ ପାଇଁ ଖାଦ୍ୟ ମହଜୁଦ ରହିବ। ହେଲେ ଇତିମଧ୍ୟରେ ଏକ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ତାହା କେବଳ ଯୋଜନାରେ ସୀମିତ ହୋଇ ରହିଯାଇଛି। ଫଳରେ ଏସ୍‌ସିବି ପରିସରରେ ଥିବା ଗୋଟିଏ ଆହାର କେନ୍ଦ୍ର ଉପରେ ଶତାଧିକ ରୋଗୀ, ସମ୍ପର୍କୀୟଙ୍କୁ ନିର୍ଭର କରିବାକୁ ପଡୁଛି। ପୂର୍ବରୁ ଉକ୍ତ ଆହାର କେନ୍ଦ୍ରକୁ ଦିନବେଳା ୧୩୦୦ ଓ ରାତିରେ ୮୦୦ ଲୋକଙ୍କ ପାଇଁ ଖାଦ୍ୟ ଆସୁଥିଲାବେଳେ ଏବେ ଦିନବେଳା ୧୫୦୦ ଓ ରାତିବେଳା ୧୨୦୦ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ଦିନକୁ ଦିନ ମେଡିକାଲରେ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆହାର କେନ୍ଦ୍ର ଖାଦ୍ୟର ଆବଶ୍ୟକତା ପୂରଣ କରିପାରୁନାହିଁ। ଆହାର କେନ୍ଦ୍ରରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ଭଦ୍ରକ ଅଞ୍ଚଳର ଶିବ ଦେହୁରୀ କହିଛନ୍ତି, ପୁଅର ଚିକିତ୍ସା ପାଇଁ ମେଡିକାଲକୁ ୬ ଦିନ ହେବ ଆସିଛି। ହେଲେ ଏଠାରେ ଥିବା ଆହାର କେନ୍ଦ୍ରରେ ମଧ୍ୟାହ୍ନଭୋଜନ ଏବଂ ରାତ୍ରିଭୋଜନ ପାଇଁ ଛିଡ଼ା ହୋଇ ରହିବାକୁ ପଡୁଛି। ଆହାର କେନ୍ଦ୍ରରେ ଖାଦ୍ୟ ନିଅଣ୍ଟ ପଡ଼ିବାରୁ ବିସ୍କୁଟ ଖାଇ ରହିବାକୁ ପଡୁଛି। ସେହିପରି କାଞ୍ଚନ ସ୍ବାଇଁ କହିଛନ୍ତି, ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ମୋ ଭଉଣୀ ଚିକିତ୍ସିତ ହେଉଛନ୍ତି। ଏଠାରେ ଥିବା ଆହାର କେନ୍ଦ୍ରରେ ଖାଇବା ପାଇଁ ଲମ୍ବା ଧାଡ଼ିରେ ଛିଡା ହେବାକୁ ପଡୁଛି। ଏପରି କି ଆଗୁଆ ଆସି ଧାଡିରେ ଛିଡା ନ ହେଲେ ଖାଦ୍ୟ ସରିଯାଉଛି।
ଏନେଇ ମେଡିକାଲ ପ୍ରଶାସନିକ ଅଧିକାରୀ ଡ. ଅବିନାଶ ରାଉତ କହିଛନ୍ତି, ଆହାର କେନ୍ଦ୍ରରେ ମିଲ୍‌ ସଂଖ୍ୟା ବଢାଯାଇଛି। ଯେପରି ରୋଗୀ ଓ ସମ୍ପର୍କୀୟ ଅସୁବିଧାର ସମ୍ମୁଖୀନ ନ ହେବେ ତାହାକୁ ଗୁରୁତ୍ୱ ଦିଆଯାଉଛି। ଦ୍ୱିତୀୟ ଆହାର କେନ୍ଦ୍ର ଯୋଜନାକୁ ସ୍ଥଗିତ ରଖାଯାଇଛି। ସମ୍ପ୍ରସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ତାହା କାର୍ଯ୍ୟକାରୀ କରାଯିବ। ଚିହ୍ନଟ ହୋଇଥିବା ଜାଗାରେ ଦ୍ୱିତୀୟ ଆହାର କେନ୍ଦ୍ର ଖୋଲିବା ପାଇଁ ଓଡ଼ିଶା ବ୍ରିଜ୍‌ ଆଣ୍ଡ୍‌ କନ୍‌ଷ୍ଟ୍ରକ୍‌ଶନ କର୍ପୋରେଶନ ଲିମିଟେଡ୍‌(ଓବିସିସି) ଅନୁମତି ଦେଇନାହିଁ। ଫଳରେ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି JD Vance, ଦେଶି ଲୁକରେ ନଜର ଆସିଲେ ଜୁନିଅର Vance

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୪: ଆମେରିକାର ଉପରାଷ୍ଟ୍ରପତି JD Vance ତାଙ୍କର ପ୍ରଥମ ସରକାରୀ ଗସ୍ତରେ ସୋମବାର ଭାରତ ପହଞ୍ଚିଛନ୍ତି। ଏହି ଯାତ୍ରା ୨୧ ଏପ୍ରିଲରୁ ୨୪ ଏପ୍ରିଲ ପର୍ଯ୍ୟନ୍ତ...

ସ୍ତ୍ରୀଙ୍କ ଆଖି ସାମ୍ନାରେ ସ୍ବାମୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ଦୁର୍ବୃତ୍ତ

ଢେଙ୍କାନାଳ,୨୧ା୪(ରତନ ନାୟାର): ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ କାରିଗର ସାହିରେ ଘଟିଛି ଏକ ଅଭାବନୀୟ କାଣ୍ଡ। ସ୍ଥାନୀୟ ଯୁବକ ମହେଶ୍ୱର ବେହେରା ଓରଫ ଟିଟନ ନାମକ...

Myanmar Earthquake: ମ୍ୟାନମାରେ ଆସିଥିବା ଭୂକମ୍ପକୁ ନେଇ ଆସିଲା ଚମକାଇବା ଭଳି ଖବର

ନାପିଦାଉ,୨୧।୪: ୨୮ ମାର୍ଚ୍ଚରେ ମ୍ୟାନମାରର ମାଣ୍ଡାଲେ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ହେବା ପରେ ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ଶେୟାର କରିଥିଲେ। ଏହା ଏକ ଅସାଧାରଣ...

ରେଲଓ୍ବେ ଷ୍ଟେଶନ ଡଷ୍ଟବିନରୁ ଉଦ୍ଧାର ହୋଇଥିବା ଝିଅ ଆଜି କଲେକ୍ଟରଙ୍କ ସହ ବସି ଲେଖିବେ ଅର୍ଡର, MPSC ପରୀକ୍ଷାରେ…

ଅମରାବତୀ: ଭାଗ୍ୟ କେବେ ଧନ ଉପରେ ନିର୍ଭର କରେ ନାହିଁ। ଭଗବାନ କାହାର ଭାଗ୍ୟରେ କ’ଣ ଲେଖିଛନ୍ତି ତାହା କେହି ଜାଣନ୍ତି ନାହିଁ। ପ୍ରାୟ ଅଢ଼େଇ...

ଧୂମପାନ କରୁଥିଲେ ସାବଧାନ! ଗ୍ରାସ କରୁଛି ଏକ ବିରଳ ରୋଗ, ସତର୍କ କରାଇଲା WHO

ସିଗାରେଟ୍‌ ଟାଣିବା କିମ୍ବା ତମାଖୁ ସେବନ କେବଳ ଫୁସ୍‌ଫୁସ୍‌ ଏବଂ ପାଟିର କ୍ଷତି କରେ ନାହିଁ, ଏହା କ୍ୟାନ୍‌ସର ବା କର୍କଟ ଭଳି ଭୟଙ୍କର ରୋଗର...

ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା, Encounterରେ ୬ ନକ୍ସଲ ନିପାତ

ଲାଲପନିଆ(ବୋକାରୋ),୨୧।୪: ବୋକାରୋ ଜିଲାର ଲୁଗୁ ପାହାଡ଼ ପାଦଦେଶରେ ନକ୍ସଲ, ପୋଲିସ ଏବଂ ସିଆରପିଏଫ ଟିମ୍‌ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି Encounterରେ ୬ ଜଣ...

ଫେରିଲା ତାତି: ପୁଣି ପାରଦ ଉପରମୁହାଁ

ଭୁବନେଶ୍ୱର,୨୧ା୪(ଅନୁରାଧା ମହାରଣା): କାଳବୈଶାଖୀ ବର୍ଷା ପାଇଁ କିଛିଦିନ ହେବ ରାଜ୍ୟରେ ତାପମାତ୍ରା କମିଥିଲା। ଗରମ, ଗୁଳୁଗୁଳିରୁ ଲୋକେ ଆଶ୍ୱସ୍ତ ଅନୁଭବ କରୁଥିବାବେଳେ ଏବେ ପାରଦ ପୁଣି...

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ

ନବରଙ୍ଗପୁର,୨୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କିଏ ଓ କେଉଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image