ଶ୍ମଶାନ ଆଗରେ ଲମ୍ବା ଲାଇନ୍‌

ବେଙ୍ଗାଲୁରୁ, ୧୯।୭: କରୋନା ମହାମାରୀ ଯୋଗୁ କର୍ନାଟକରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ମୃତକଙ୍କ ସଂଖ୍ୟା ବଢୁଥିବାରୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଆଗରେ ଲମ୍ବା ଲାଇନ୍‌ ଲାଗି ରହୁଛି। ଅନ୍ତିମ ସଂସ୍କାର ପାଇଁ ମୃତକଙ୍କ ପ୍ରିୟପରିଜନଙ୍କୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ବେଙ୍ଗାଲୁରୁର ଇଲେକ୍ଟ୍ରିକ୍‌ ଶବ ଦାହ ଗୃହ ସମ୍ମୁଖରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଏଠାରେ ମେ ୧ରୁ ଜୁଲାଇ ୧୭ ଗତ ୮୦ ଦିନ ମଧ୍ୟରେ ୪ ହଜାର ୨୭୮ ଜଣଙ୍କ ମୃତ୍ୟୁ ଘଟିଲାଣି। ବେଙ୍ଗାଲୁରୁ ସହର ସହିତ ବାହାରୁ ଆସିଥିବା ବହୁ ମୃତକଙ୍କର ମଧ୍ୟ ଏଠାରେ ଅନ୍ତିମ ସଂସ୍କାର କରାଯାଉଛି। ଶ୍ମଶାନ ବାହାରେ ଆମ୍ବୁଲାନ୍ସ୍‌ ଏବଂ ମୃତଦେହ ଆଣୁଥିବା ବିଭିନ୍ନ ସେଚ୍ଛାସେବୀ ସଂସ୍ଥାର ଗାଡ଼ି ଲମ୍ବା ଲାଇନ୍‌ରେ ଠିଆ ହୋଇଥିବାର ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କରୋନା ମହମାରୀ ସଙ୍କଟରେ ଏହି ଫଟୋ ବହୁ ୟୁଜରଙ୍କୁ ବେଶ୍‌ ଭାବୁକ କରୁଛି।

Share