ନୋଏଡା,୨୨।୪: କରୋନା ସଂକ୍ରମଣ ନେଇ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ନୋଏଡ଼ାରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ବାହାରେ ମୃତଦେହର ଲମ୍ବା ଲାଇନ୍ ଲାଗିଛି। ଶ୍ମଶାନରେ ଜୁଇ ଲିଭୁନି। ତେବେ ସରକାର କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଲୁଚାଉଥିବା ଅଭିଯୋଗ ହୋଇଛି। ଗତ ଦୁଇଦିନ ମଧ୍ୟରେ ଶ୍ମାଶନକୁ ୭୫ ମୃତଦେହ ଆସିଛି। ମାତ୍ର ସରକାରୀ ଖାତାରେ କରୋନା ମୃତ୍ୟୁ ସଂଖ୍ୟା ୧୨ ରହିଛି। ଏହାପୂର୍ବରୁ ସୋମବାର ଏବଂ ମଙ୍ଗଳବାର ଗ୍ରେଟର ନୋଏଡ଼ାରେ ଥିବା ଶ୍ମଶାନକୁ ୯୫ ମୃତଦେହ ଆସିଛି। ମାତ୍ର ସରକାରୀ ହିସାବରେ ମୃତ୍ୟୁ ସଂଖ୍ୟା ରହିଛି। ଅନ୍ତିମ ସଂସ୍କାର ପାଇଁ କବରସ୍ତାନ ଏବଂ ଶ୍ମଶାନରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ପଡୁଛି।
Posted inକରୋନା ଭାଇରସ୍, ଜାତୀୟ