ରକ୍ତ ଦେବାକୁ ଲମ୍ବାଧାଡ଼ି

ଭଦ୍ରକ ଅଫିସ, ୩।୬: ଆହତମାନଙ୍କ ପାଇଁ ରକ୍ତର ଆବଶ୍ୟକତାକୁ ଲକ୍ଷ୍ୟ କରି ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ମହିଳା ଏବଂ ଯୁବତୀ ଯୁବକ ସ୍ବେଚ୍ଛାକୃତ ଭାବେ ରକ୍ତ ଦେବାକୁ ଆଗେଇ ଆସିଥିଲେ। ରକ୍ତଭଣ୍ଡାରରେ ରକ୍ତଦାନ କରିବା ପାଇଁ ଲୋକଙ୍କ ଲମ୍ବାଧାଡ଼ି ଲାଗିଥିଲା। ଶୁକ୍ରବାର ରାତିରେ ୮୪ ୟୁନିଟ୍‌ ଓ ଶନିବାର ୩ଶହରୁ ଊର୍ଦ୍ଧ୍ୱ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି।