କରୋନାର ଚମତ୍କାରୀ ଆୟୁର୍ବେଦ ଔଷଧ ନେବାକୁ ଲମ୍ବା ଲାଇନ୍‌…

ବିଶାଖାପଟ୍ଟନମ୍‌,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଆନ୍ଧ୍ରପ୍ରଦେଶର ନେଲୋର ଜିଲାର କୃଷ୍ଣାପଟ୍ଟନମ୍‌ ଗାଁରେ କରୋନାର ଚମତ୍କାରୀ ଆୟୁର୍ବେଦ ଔଷଧ ନେବାକୁ ଲମ୍ବା ଲାଇନ ଦେଖିବାକୁ ମିଳୁଛି। ଏହି ଚମତ୍କାରୀ ଆୟୁର୍ବେଦ ଔଷଧର ୩ଟି ଡୋଜ୍‌ ନେଲେ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବା ଲୋକେ କହୁଛନ୍ତି। ଖବର ପାଇ ଏବେ ତାମିଲନାଡୁ ସମେତ ଅନ୍ୟ ରାଜ୍ୟରୁ ଲୋକେ ଗାଁରେ ଭିଡ଼ ଜମାଇଛନ୍ତି। ଇତିମଧ୍ୟରେ ୨୦ ହଜାର ଲୋକଙ୍କୁ ଏହି ଔଷଧ ପ୍ରଦାନ କରାଯାଇଥିବା ପ୍ରସ୍ତୁତିକାରୀ ପ୍ରକାଶ କରିଛନ୍ତି। ଏସମ୍ପର୍କରେ ଜିଲାପାଳ ସବିଶେଷ ବିବରଣୀ ଲୋଡ଼ିଛନ୍ତି। ଗାଁରେ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ କରାଯାଇଛି। ଜିଲାପାଳଙ୍କ ରିପୋର୍ଟ ତଲବ୍‌ ପରେ ପଞ୍ଚାୟତ ଅଧିକାରୀ ଧନଲକ୍ଷ୍ମୀ, ଆର୍‌ଡ଼ିଓ ଅଧିକାରୀ ଏ.ଶୁଭାରନମ୍ମା, ଡିଏସ୍‌ପି ଓ୍ବାଇ. ହାରାନାଥ ରେଡ୍ଡୀ ଏବଂ ଅୟୂଷ ଡାକ୍ତରଙ୍କ ଗଠିତ ଟିମ୍‌ ଔଷଧର ନମୁନା ସଂଗ୍ରହ କରି ଏହାର ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଇଛନ୍ତି।

Share