Categories: ଫୁରସତ

ଲମ୍ବା ନାକ ରେକର୍ଡଧାରୀଙ୍କ ମୃତ୍ୟୁ

ଅଙ୍କାରା: ଲମ୍ବା ନାକ ପାଇଁ ଗିନିଜ୍‌ ବୁକ୍‌ ଅଫ୍‌ ୱାଲର୍‌ଡ ରେକର୍ଡ କରିଥିବା ମେହମେତ୍‌ ଓଜୁରେକ୍‌ (୭୫)ଙ୍କ ନିକଟରେ ମୃତ୍ୟୁ ହୋଇଛି। ସେ ଏଥିପାଇଁ ୨୦୦୧, ୨୦୧୦ ଏବଂ ତୃତୀୟ ଥର ପାଇଁ ୨୦୨୧ରେ ପୁରସ୍କୃତ ହୋଇଛନ୍ତି। ତାଙ୍କ ନାକର ଲମ୍ବ ୮.୮ ସେଣ୍ଟିମିଟର। ସେ କିଛି ଦିନ ହେବ ଅସୁସ୍ଥ ଥିଲେ। ଆସନ୍ତା ସପ୍ତାହରେ ତାଙ୍କର ହାର୍ଟ ସର୍ଜରି ହୋଇଥାନ୍ତା। ମେହମେତ୍‌ଙ୍କ ନାମ ଭଗବାନଙ୍କ ବରଦାନ ଥିବା ସେ କହିଥିଲେ। ଫଳରେ ସେ ଯେଉଁଠାକୁ ଯାଉଥିଲେ ସାଙ୍ଗେ ସାଙ୍ଗେ ସେଠାର ବାସ୍ନାକୁ ଅନ୍ୟମାନଙ୍କ ଅପେକ୍ଷା ଶୀଘ୍ର ଶୁଙ୍ଘିପାରୁଥିଲେ।

 

Share