Categories: ଜାତୀୟ

ଲକ୍‌ଡାଉନ ପୂର୍ବରୁ ମଦ କାଉଣ୍ଟର ଆଗରେ ଲମ୍ବା ଧାଡ଼ି

ନୂଆଦିଲ୍ଲୀ,୧୯।୪ : ଦିଲ୍ଲୀରେ ସୋମବାର ରାତି ୧୦ଟାରୁ ଆରମ୍ଭ ହେବାକୁ ଯାଉଛି ୬ ଦିନିିଆ ଲକ୍‌ଡାଉନ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଘୋଷଣା ପରେ ଦେଶର ରାଜଧାନୀ ବିଭିନ୍ନ ଲିକର ଶପରେ ଦେଖିବାକୁ ମିଳିଛି ଗ୍ରାହକଙ୍କ ଲମ୍ବା ଲାଇନ୍‌।

ଖାନ ମାର୍କେଟରେ ଥିବା ଲିକର ଶପ, ଗୋଲ ମାର୍କେଟ ସମେତ ବିଭିନ୍ନ ମଦ ଦୋକାନରେ ହଠାତ୍‌ ବଢ଼ି ଯାଇଥିଲା ଗ୍ରାହକଙ୍କ ଭିଡ଼। ପ୍ରାୟ ଲୋକଙ୍କ ମୁହଁରେ ନ ଥିଲା ମାସ୍କ। ସେମାନେ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରି ନ ଥିଲେ। ସାମାନ ପରିସ୍ଥିତି ଗତ ବର୍ଷ ଲକ୍‌ଡାଉନ ପୂର୍ବରୁ ଦେଶର ପ୍ରାୟ ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳିଥିଲା।

Share