ବାଲେଶ୍ୱର ଅଫିସ,୨୧।୨: ବାଲେଶ୍ୱର ଜିଲା ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୧୫ମିନିଟରେ ଦୂରଗାମୀ କ୍ଷେପଣାସ୍ତ୍ର ଆଇଟିସିଏମ୍ର ସଫଳ ପରୀକ୍ଷଣ ହୋଇଛି। ନିର୍ଭୟ କ୍ଷେପଣାସ୍ତ୍ରର ବିକଶିତ ମଡେଲ୍ କ୍ଷେପଣାସ୍ତ୍ର ଇଣ୍ଡିଜେନିଏସ୍ ଟେକ୍ନିକ କ୍ରୁଜ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଦୂରତା ୧୦୦୦ କିଲୋମିଟର ରହିଛି। ୬ ମିଟର ଲମ୍ବ ବିଶିଷ୍ଟ ଏହି କ୍ଷେପଣାସ୍ତ୍ର ଅନୂ୍ୟନ ୧୫୦୦ କିଗ୍ରା ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଆକାଶମାର୍ଗରେ ଅକ୍ଲେଶରେ ଶତ୍ରୁର ଲକ୍ଷ୍ୟକୁ ସହଜରେ ଭେଦ କରିପାରେ। ଡିଆର୍ଡିଓ ଏବଂ ଭାରତ ଡାଇନାମିକ ଲିମିଟେଡ୍ ପକ୍ଷରୁ ନିର୍ମିତ ଏହି କ୍ଷେପଣାସ୍ତ୍ର ନିର୍ଭୟର ବିକଶିତ ମଡେଲ ଓ ଏଥିରେ ଅନେକ ଅତ୍ୟାଧୁନିକ ଜ୍ଞାନକୌଶଳ ରହିଛି।
Posted inଆମ ଜିଲା ଖବର, ବାଲେଶ୍ୱର, ରାଜ୍ୟ