ଐତିହାସିକ ବିଜୟ ପରେ ଏର୍ଦୋଗନ ନେଲେ ରାଷ୍ଟ୍ରପତି ପଦର ଶପଥ

ଅଙ୍କାରା,୪।୬: ଦୀର୍ଘଦିନ ହେବ ତୁର୍କୀରେ ରାଷ୍ଟ୍ରପତି ଥିବା ରେସେପ ତୈୟପ ଏର୍ଦୋଗନ ତାଙ୍କର ତୃତୀୟ କାର୍ଯ୍ୟକାଳ ପାଇଁ ରାଷ୍ଟ୍ରପତି ପଦର ଶପଥ ନେଇଛନ୍ତି। ସେ ଖୁବଶୀଘ୍ର ନୂଆ ମନ୍ତ୍ରିମଣ୍ଡଳର ଘୋଷଣା କରିବେ, ଯେଉଁଥିରୁ ସଙ୍କେତ ମିଳିବ କି ଦେଶରେ ଅଣ ରୁଢିବାଦୀ ଆର୍ଥିକ ନିତି ଜାରି ରହିବ, ଅବା ତୁର୍କି ପାରମ୍ପରିକ ନୀତିକୁ ଫେରିବ।

ଅର୍ଥନୈତିକ ସଙ୍କଟ ପରିଚାଳନା ପାଇଁ ୬୯ବର୍ଷିୟ ନେତା ଏରଦୋଗନଙ୍କୁ ଦାୟିତ୍ୱ ଦିଆଯିବ। ତୁର୍କୀ ବର୍ତ୍ତମାନ ମୁଦ୍ରାସ୍ଫୀତି ଏବଂ ମୁଦ୍ରା ମୂଲ୍ୟ ହ୍ରାସ ସହ ସଂଘର୍ଷ କରୁଛି। ଶନିବାର ଦିନ ସେ ନୂତନ ସରକାରର ମନ୍ତ୍ରୀଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଜଣେ ପୂର୍ବତନ ବ୍ୟାଙ୍କର ତଥା ଅର୍ଥନୀତିର ପୂର୍ବତନ ମୁଖ୍ୟ ମେହମେତ ସିମସେକଙ୍କୁ ଅର୍ଥ ଓ ରାଜକୋଷର ମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ।
ସଂସଦରେ ଏକ ସମାରୋହରେ ଏର୍ଦୋଗନ କହିଛନ୍ତି ଯେ ରାଷ୍ଟ୍ରପତି ଭାବରେ ମୁଁ ଦେଶର ଅସ୍ତିତ୍ୱ ତଥା ସ୍ବାାଧୀନତାକୁ ରକ୍ଷା କରିବା ପାଇଁ ମହାନ ତୁର୍କୀ ରାଷ୍ଟ୍ର ତଥା ଇତିହାସ ସାମ୍ନାରେ ମୋର ସମ୍ମାନ ଏବଂ ଅଖଣ୍ଡତା ପ୍ରତିଜ୍ଞା କରୁଛି। ସେମାନଙ୍କର ରାଜନୈତିକ ଦୃଷ୍ଟିକୋଣ, ଉତ୍ପତ୍ତି କିମ୍ବା ଧର୍ମ ନିର୍ବିଶେଷରେ ଆମେ ସମସ୍ତ ୮୫ ନିୟୁତ ଲୋକଙ୍କୁ ଆଲିଙ୍ଗନ କରିବୁ।

Share