Advertisement

୧୩୦ ଦିନ ହସ୍ପିଟାଲରେ ରହିଲେ କରୋନା ସଂକ୍ରମିତ ଏହି ମହିଳା, ପରେ ଘଟିଲା ଏମିତି କିଛି…

କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ବ୍ରିଟେନ୍‌ର ଫାତିମା ବ୍ରିଡଲ ନାମକ ଜଣେ ୩୫ ବର୍ଷୀୟା ମହିଳା ୪ ମାସ ୧୦ ଦିନ ହସ୍ପିଟାଲରେ ରହିଥିଲେ। ୧୩୦ ଦିନ ପରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା। ଫାତିମା ବ୍ରିଟେନ୍‌ରେ ସବୁଠାରୁ ଅଧିକ ଦିନ କୋରୋନାରେ ପୀଡ଼ିତ ରୋଗୀ ଅଟନ୍ତି। ପ୍ରାୟ ୧ ମାସର ଯାତ୍ରା ପରେ ମସ୍କୋରୁ ଫେରି ଫାତିମା କରୋନାରେ ଆକ୍ରାନ୍ତ ହୋଇଥିଲେ। ମାର୍ଚ୍ଚରେ ତାଙ୍କ ସ୍ବାମୀଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା। ଏପ୍ରିଲରେ ଫାତିମାଙ୍କୁ କରୋନା ହୋଇଥିଲା। ସେ ନିମୋନିଆରେ ପୀଡ଼ିତ ଥିଲେ। ତାଙ୍କର ଫୁସ୍‌ଫୁସ୍‌ ମଧ୍ୟ ସଂକ୍ରମିତ ହୋଇଥିଲା।
ଫାତିମାଙ୍କୁ ବ୍ରିଟେନ୍‌ର ସାଉଥଟମ୍ପନ୍‌ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ସାଢ଼େ ୩ ମାସ ଅର୍ଥାତ ୧୩୦ ଦିନ ଭେଣ୍ଟିଲେଟରରେ ରଖାଯାଇଥିଲା। ବର୍ତ୍ତମାନ ସେ ନୂଆ ଜୀବନ ପାଇଛନ୍ତି। ଖାଲି ଏତିକି ନୁହେଁ, ଫାତିମା ଏତେଦିନ ହସ୍ପିଟାଲରେ ରହିବା ପରେ ଅପୂର୍ବ ସୌନ୍ଦର୍ଯ୍ୟ ଫେରି ପାଇଛନ୍ତି। ଏଥିପାଇଁ ସେ ନର୍ସ ଏବଂ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ଏକ ସ୍ବପ୍ନ ପରି ଲାଗୁଥିବା କହିଛନ୍ତି।
ଫାତିମାଙ୍କ ସ୍ବାମୀ କୁହନ୍ତି, ସାଢ଼େ ୩ ମାସ ଡାକ୍ତରଖାନାରେ ରହିବା ପରେ ଫାତିମାଙ୍କ ସ୍ବାସ୍ଥ୍ୟରେ ଅନେକ ପରିବର୍ତ୍ତନ ଆସିଛି। ଏତେଦିନ ଭେଣ୍ଟିଲେଟରରେ ରହିବା ଏକ ଅସାଧାରଣ କଥା। ବର୍ତ୍ତମାନ ତାଙ୍କୁ ଭେଟିବା ପାଇଁ ମୁଁ ଅପେକ୍ଷାରତ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share