ଟଳିନି ବିପଦ: ଗାଁରେ ପଶିଲା ବନ୍ୟାଜଳ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ) ବାତ୍ୟା ଦାନା ପରେ ବାଲେଶ୍ୱରରେ ଲାଗିରହିଛି ଲଗାଣ ବର୍ଷା l ଉପରମୁଣ୍ଡରୁ ପ୍ରବଳ ବର୍ଷା ଫଳରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ହୋଇ ଶନିବାର ବନ୍ୟା ପରିସ୍ଥିତି ଦେଖାଦେଇଛି। ସଦର ବ୍ଲକ ଅନ୍ତର୍ଗତ ବଇଁଚl, ସିନ୍ଧିଆ, ଗୋପୀନାଥପୁର, ବୁଆଁଳ, ପରିଖି ଆଦି ପଞ୍ଚାୟତରେ ବନ୍ୟାଜଳ ପ୍ରବେଶ କରି ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଛି l ଚାଷଜମି ଜଳାର୍ଣ୍ଣବ ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଥିବାବେଳେ ବନ୍ୟା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଜିଲା ପ୍ରଶାସନ ଓ ପୋଲିସ ଟିମ ପହଞ୍ଚି ଲୋକଙ୍କୁ ସେବା ଯୋଗାଇବା ଦିଗରେ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି ।
ବୁାବଳଙ୍ଗ ନଦୀର ସତର୍କ ସଂକେତ ୭.୨୧ ମିଟର ଓ ବିପଦ ସଂକେତ ୮.୧୩ ମିଟର ଥିବା ବେଳେ ଶନିବାର ଦିନ ୧୧ ସୁଦ୍ଧା ଏହାର ଜଳସ୍ତର ୭.୬୮ ମିଟରରେ ପ୍ରବାହିତ ହେଉଛି l ଫୁଲାଡି, ଦହପଡା ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି l

Share