ଲାଗେ ପ୍ରେମ ନଜର

ଏକ ଭିନ୍ନ ଧରଣର ତ୍ରିକୋଣୀୟ ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହୋଇଛି ‘ଲାଗେ ପ୍ରେମ ନଜର’। ଫିଲ୍ମଟିର ସମସ୍ତ କାମ ଶେଷ ହୋଇଛି ଏବଂ ଏହା ଚଳିତ ମାସ ଶେଷ ସପ୍ତାହରେ ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଖଗେଶ୍ୱର ଶେଜପଡାଙ୍କ କାହାଣୀକୁ ଆଧାର କରି ଏହାର ସଂଳାପ ରଚନା କରିଛନ୍ତି ଚିନ୍ମୟ ଦାସପଟ୍ଟନାୟକ। ଚିତ୍ରଟିର ପ୍ରଯୋଜନା କରିଛନ୍ତି ବ୍ୟୋମକେଶ। ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି ଏସ. ଦିଲୀପ ପଣ୍ଡା। ଏଥିରେ ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଆଗଧାଡ଼ିର ଅନ୍ୟତମ ସ୍ବର ସଂଯୋଜକ ବୈଦନାଥ ଦାଶ। ଫିଲ୍ମର ମୁଖ୍ୟ ଭୂମିକାରେ ଅମ୍ଳାନ, ପ୍ରିୟା ଚୌଧୁରୀ, ରିୟା ଅଭିନୟ କରିଥିବା ବେଳେ ଏଥିରେ ରାଗିଣୀ, ବବି ମିଶ୍ର, ପପି ସନ୍ତୁକା, ଅମର, ବାପି ଏବଂ ବିନୋଦ ବାବୁ ପ୍ରମୁଖ କଳାକାରଙ୍କୁ ଦେଖିବାକୁ ମିଳିବ।

Share