Categories: ଜାତୀୟ

ଭାରତ-ପାକିସ୍ତାନ ସୀମା ଉପରେ ନଜର, କେନ୍ଦ୍ରୀୟ ଦୂରସଂଚାର ବିଭାଗର ସ୍ବତନ୍ତ୍ର ଅପରେଶନ…

ଜୟପୁର, ୨୨।୫ : ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନ ପକ୍ଷରୁ ହେଉଥିବା ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ କେନ୍ଦ୍ରୀୟ ଦୂରସଂଚାର ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଅପରେଶନ ଆରମ୍ଭ କରାଯାଇଛି। ଏହାଦ୍ୱାରା ସୀମା ଉପରେ ନଜର ରଖାଯାଇପାରିବ। ପାକିସ୍ତାନ ସହିତ ଅନ୍ତର୍ଜାତୀୟ ସୀମାରେ ବେଆଇନ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଲୋକଙ୍କୁ ଧରିବା ପାଇଁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ମାଧ୍ୟମରେ ଏହି ସ୍ବତନ୍ତ୍ର ଅପରେଶନ୍‌ ଆରମ୍ଭ ହୋଇଛି।

ପାକିସ୍ତାନ ସହିତ ୧୦୭୦ କିଲୋମିଟର ଅନ୍ତର୍ଜାତୀୟ ସୀମାରେ କେନ୍ଦ୍ରୀୟ ଟେଲିକମ ବିଭାଗ ବିଶେଷ କାର୍ଯ୍ୟ ଆରମ୍ଭ କରିଛି । ରାଜସ୍ଥାନର ଜୈସଲମେର, ବଡ଼ମେର, ଶ୍ରୀଗଙ୍ଗାନଗର ଏବଂ ବିକାନେର ସୀମା ସହ ପାକିସ୍ତାନର ସୀମା ରହିଛି। ଏହି ଚାରିଟି ଜିଲାର ସୀମାନ୍ତରେ ଥିବା ସମସ୍ତ ଟେଲିକମ କମ୍ପାନୀର ଗ୍ରାହକମାନଙ୍କ ଟେଲିକମ ସେବା ଉପରେ ଏକ ନଜର ରଖାଯାଉଛି।

ଟେଲି ଯୋଗାଯୋଗ ବିଭାଗର ଅନୁସନ୍ଧାନରୁ ଜଣାପଡିଛି ଯେ ଜୈସଲମେର, ବାଡ଼ମେର୍‌, ଶ୍ରୀଗଙ୍ଗାନଗର ଏବଂ ବିକାନେର ଜିଲା ସୀମା ମଧ୍ୟରେ ପାକିସ୍ତାନର ମୋବାଇଲ ଟାୱାରର ସଙ୍କେତ ଅନେକ ସ୍ଥାନରେ ପହଞ୍ଚୁଛି। ଏହା ଦ୍ୱାରା ସୀମାପାର ଅନୁପ୍ରବେଶ ସହିତ ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ ଚୋରା ଚାଲାଣ କରାଯାଉଛି। ଏଥିରେ ରୋକ ଲଗାଇବା ଲାଗି କେନ୍ଦ୍ରୀୟ ଦୂରସଂଚାର ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Share