ବାଡ଼ି ଆଡ଼କୁ ଦେଖ

ପ୍ରତିବର୍ଷ ଦୀପାବଳି ପାଖେଇ ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ଚିନ୍ତା ଘାରେ। ଏହି ସମୟ ଅମଳ ଋତୁ ହୋଇଥିବାରୁ ପ୍ରଦୂଷଣ ଦୋଷ କୃଷକଙ୍କ ମୁଣ୍ଡରେ ଲଦି ଦିଆଯାଏ, ଯେମିତି କି ଏଥିପାଇଁ ସେମାନେ କେବଳ ଦାୟୀ। କିନ୍ତୁ ଏହାକୁ ଗ୍ରହଣ କରିବା କଷ୍ଟକର। କାରଣ ଦିଲ୍ଲୀ ନିକଟବର୍ତ୍ତୀ ରାଜ୍ୟ ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ଖୁଣ୍ଟାପୋଡ଼ି ଅନେକ ପରିମାଣରେ କମିଥିବା କମିଶନ ଫର୍‌ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍‌)ର ୨୦୨୨ ରିପୋର୍ଟ ସ୍ପଷ୍ଟ କରିଛି। ଦିଲ୍ଲୀରେ ପ୍ରଦୂଷଣ ରୋକିବା ଲାଗି ଦୀପାବଳିରେ ବାଣଫୁଟା ବନ୍ଦ କରାଯାଏ ସତ, କିନ୍ତୁ ପ୍ରତିବର୍ଷ ନିୟମ ଉଲ୍ଲଂଘନର କିଛି ଘଟଣା ସାମ୍ନାକୁ ଆସେ। ଉଦାହରଣ ସ୍ବରୂପ ଗତବର୍ଷ ଦୀପାବଳିରେ ଭାଜପା ନେତା ତାଜିନ୍ଦର ବାଗା ନିଜେ ରାସ୍ତାରେ ବାଣ ଫୁଟାଇ ବସ୍ତିରେ ବାଣ ବାଣ୍ଟିବା ଦୃଶ୍ୟ ସଭିଙ୍କୁ ଚକିତ କରିଥିଲା। କୁହାଯାଇପାରେ, କୃଷକମାନେ ସଚେତନ ହେଉଥିବାବେଳେ ଧର୍ମକୁ ଜାବୋଡ଼ି ଧରି ବେଆଇନ କାର୍ଯ୍ୟ କରୁଥିବା ଏଭଳି ନେତାଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହେଲା ତାହା କେହି ଜାଣିବାର ସୁଯୋଗ ପାଇପାରିଲେ ନାହିଁ। ଏଭଳି ଉଦ୍ଭଟ ବିଚାର ରହିଲେ ଯେକୌଣସି ପରିବର୍ତ୍ତନକୁ ଗ୍ରହଣ କରିବା ସହଜ ହେବନାହିଁ। କେବଳ ଦିଲ୍ଲୀ ନୁହେଁ, ସାରା ଭାରତର ଅନ୍ୟ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବାବେଳେ ଅନେକରେ ବାଣ ଫୁଟାଇବା ଲାଗି ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରାଯାଉଛି। ଅର୍ଥାତ୍‌ ପରୋକ୍ଷରେ ବାଣ ଫୁଟାଇ ପ୍ରଦୂଷଣ ବଢ଼ାଇବା ଲାଗି କୁହାଯାଉଛି। ଉଲ୍ଲେଖନୀୟ ଯେ, ବିଶ୍ୱର ୩୦ ସବୁଠୁ ପ୍ରଦୂଷିତ ସହର ମଧ୍ୟରେ ଭାରତର ସ୍ଥାନ ୨୨ ରହିଛି। ଭାରତରେ ବାୟୁ ପ୍ରଦୂଷଣ ଯୋଗୁ ବିଶ୍ୱରେ ଅଧିକ ମୃତ୍ୟୁ ହେଉଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଡବ୍ଲ୍ୟୁଏଚ୍‌ଓ ମଧ୍ୟ ସ୍ପଷ୍ଟ କରିଛି। ତେବେ ସହରଗୁଡ଼ିକରେ ବାୟୁ ପ୍ରଦୂଷଣ କମାଇବା ଲାଗି ୨୦୨୦ରେ ନ୍ୟାଶନାଲ କ୍ଲିନ୍‌ ଏୟାର ପ୍ରୋଗ୍ରାମ(ଏନ୍‌ସିଏପି)ଆରମ୍ଭ କରି ୨୦୨୪ ସୁଦ୍ଧା ବାୟୁ ପ୍ରଦୂଷଣ ୨୦ରୁ ୩୦% କମାଇବା ଲାଗି ଲକ୍ଷ୍ୟ ରଖାଯାଇଛି। ହେଲେ ଏହା କେତେ ସଫଳ ହେଉଛି ତାହାର ପ୍ରମାଣ ଏବେ ଦିଲ୍ଲୀ ସମେତ ଅନ୍ୟ ସହରଗୁଡ଼ିକରୁ ସ୍ପଷ୍ଟ ହେଉଛି।
ଧୂଳି, ଧୂଆଁ ଓ କୁହୁଡ଼ି ଯୋଗୁ ଦିଲ୍ଲୀବାସୀ ଏବେ ଜଟିଳ ସ୍ଥିତିରେ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଛାଡ଼ି ଅନ୍ୟମାନଙ୍କୁ ସ୍କୁଲ ଯିବା ମନା। ଏହା ବ୍ୟତୀତ ପ୍ରଦୂଷଣର ମୁକାବିଲା କରିବା ଲାଗି ଦିଲ୍ଲୀ ସରକାର ଗାଡ଼ି ଚଳାଚଳ ପାଇଁ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ କଲେଣି। ଏହା ହୁଏତ ସାମୟିକ ଭାବେ ପ୍ରଦୂଷଣ ସ୍ଥିତିରୁ ରକ୍ଷା କରିପାରେ। କିନ୍ତୁ ଦୀର୍ଘମିଆଦୀ ସୂତ୍ରରେ ପ୍ରଦୂଷଣ ରୋକିବାରେ ସରକାର କେତେ ସଚେତନ ତାହା ଏବେ ଦିଲ୍ଲୀର ସ୍ମଗ୍‌ ଟାଓ୍ବାର ବନ୍ଦ ଘଟଣାରୁ ସ୍ପଷ୍ଟ ହୋଇଛି। ସ୍ମଗ୍‌ ଟାଓ୍ବାର ବନ୍ଦ ଘଟଣା ଉପରେ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ପରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଦିଲ୍ଲୀ ପ୍ରଦୂଷଣ ବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ କୁମାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲଙ୍କୁ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୧ରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ କମାଇବା ଲାଗି ସ୍ମଗ୍‌ ଟାଓ୍ବାର ନିର୍ମାଣ ଆରମ୍ଭ କରାଯାଇଥିଲା। ଏବକାର ସ୍ଥିତିକୁ ଲକ୍ଷ୍ୟ କରି ସୁପ୍ରିମକୋର୍ଟ ଦିଲ୍ଲୀରେ କଠିନ ବର୍ଜ୍ୟ ନ ପୋଡ଼ିବା ଲାଗି କହୁଛନ୍ତି, ଖୁଣ୍ଟାପୋଡ଼ି ବନ୍ଦକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏସବୁ ଭିତରେ ଯେଉଁ ସମସ୍ୟାଗୁଡ଼ିକ ଲୁଚିଯାଉଛି ତାହା ଉପରେ ଉଦ୍‌ବେଗ ପ୍ରକାଶ କରାଯାଉଥିବା ଜଣାପଡ଼ୁନାହିଁ। ସେଗୁଡ଼ିକ ମଧ୍ୟରେ ରହିଛି ଦିଲ୍ଲୀର ୩୦୦କି.ମି. ପରିଧିତ୍ ମଧ୍ୟରେ ୧୧ଟି କୋଇଲାଚାଳିତ ବିଦ୍ୟୁତ୍‌ ଉପତ୍ାଦନ କେନ୍ଦ୍ର ଚାଲିଛି। ଅନ୍ୟପକ୍ଷରେ ଦିଲ୍ଲୀରେ ଏବେସୁଦ୍ଧା ମାତ୍ର ୧.୨ ଲକ୍ଷରୁ ଊର୍ଦ୍ଧ୍ୱ ବିଦ୍ୟୁତ୍‌ଚାଳିତ ଯାନ ଚଳାଚଳ କରୁଥିବାବେଳେ ଜୀବାଶ୍ମ ଇନ୍ଧନଚାଳିତ ଗାଡ଼ି ଏହାର ୯୦ଗୁଣ ଅଧିକ। ଏଗୁଡ଼ିକ ଜାରି ରହିଲେ ସହରର ବାୟୁ ପ୍ରଦୂଷଣ କମାଇବା ସମ୍ଭବ ହେବ ନାହିଁ। ଦିଲ୍ଲୀର ସ୍ଥିତି ସୂଚାଇ ଦେଉଛି ଯେ, ଅତ୍ୟଧିକ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟ ବେଳ ଥାଉଁ ସାବଧାନ ହେବା ଦରକାର। ଜୀବାଶ୍ମ ଇନ୍ଧନଚାଳିତ ଓ କୋଇଲାଚାଳିତ ଶକ୍ତିଠାରୁ ଦୂରେଇ ରହି ସମ୍ପୂର୍ଣ୍ଣ ସବୁଜ ଶକ୍ତି ଆଡ଼କୁ ନ ମୁହଁାଇଲେ ଜୀବନ ରକ୍ଷା କରିବା କଷ୍ଟକର ହୋଇଯିବ ।
ଆଜି ଯାହା ଦିଲ୍ଲୀରେ ଘଟୁଛି ତାହାର ଆରମ୍ଭ ସ୍ଥିତି ଭାରତର ବିଭିନ୍ନ ସହର ଓ ଅଞ୍ଚଳରେ ଦେଖିବାକୁ ମିଳିଲାଣି। ‘ଦିଲ୍ଲୀ ଦୂର ଅସ୍ତ’ ପୂର୍ବରୁ ଶୁଣିଥିବା ଢଗ ଏବେ ଭାରତର ସାନବଡ଼ ସହରାଞ୍ଚଳ ପାଇଁ ଚିନ୍ତାର ବିଷୟ ହେବା କଥା। ସ୍ମାର୍ଟସିଟି ବୋଲାଉଥିବା ଭୁବନେଶ୍ୱର ମଧ୍ୟରେ ଥିବା ଗାଢ଼କଣ ଗ୍ରାମ ଏବଂ ତାହାର ଚାରିପାର୍ଶ୍ୱ ଅଞ୍ଚଳର ପରିସ୍ଥିତି ଜାଣିଲେ ଯେ କେହି ବୁଝିପାରିବେ ପ୍ରଦୂଷଣ ଏବଂ ପରିବେଶ ଧ୍ୱଂସର ଅର୍ଥ କେତେ ଗମ୍ଭୀର ହୋଇପାରେ। ଓଡ଼ିଶାର ପ୍ରାୟ ସବୁ ସହର ଏବଂ ଗ୍ରାମାଞ୍ଚଳରେ ପଡ଼ି ରହିଥିବା ପ୍ଲାଷ୍ଟିକ ଓ ଥର୍ମକୁଲ ଆବର୍ଜନା ଖୁବ୍‌ଶୀଘ୍ର ଏହି ରାଜ୍ୟ ପାଇଁ ଏକ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିବାର ଆକାର ଧାରଣ କରିବ। ସେଥିପାଇଁ ଦିଲ୍ଲୀ କଥା କହିବା ସମୟରେ ଆମେ ନିଜର ବାଡ଼ି ଆଡ଼କୁ ମଧ୍ୟ ଦେଖି ସଚେତନ ହେବାର ସମୟ ଆସିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

ସଂସ୍କୃତି ବିନିମୟର ସମୃଦ୍ଧ ଇତିହାସ

ସ୍ଥଳ ଓ ଜଳପଥ ଦେଇ ସମଗ୍ର ଉପମହାଦେଶରେ ଭାରତ ଏହାର ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା। ସ୍ଥଳଭାଗରେ ଏହା ସମଗ୍ର ହିନ୍ଦୁକୁଶ, ପାରସ୍ୟ (ଆଧୁନିକ ଇରାନ)...

ଏକ ଅନନ୍ୟ ଦୁନିଆ

ପିଲାମାନେ ଆନିମେଶନ ଚଳଚ୍ଚିତ୍ର କିମ୍ବା କାର୍ଟୁନ କାର୍ଯ୍ୟକ୍ରମ ଯଥା ଟମ୍‌ ଏବଂ ଜେରୀ, ମିକି ମାଉସ୍‌, ଚିକୋ ବଣ୍ଟି , ନିଞ୍ଜା ହତୋଡ଼ି, ଅଗି ଆଣ୍ଡ...

ନିଶା ନିଶାଣରେ ନାବାଳକ

ଶାସକ୍ତ ବ୍ୟକ୍ତିମାନେ ସେମାନଙ୍କ କାର୍ଯ୍ୟକଳାପ ଉପରେ ନିୟନ୍ତ୍ରଣ ହରାଇଥାନ୍ତି। ବନ୍ଧୁତ୍ୱକୁ କ୍ଷତି ପହଞ୍ଚାଇବା, ପରିବାରକୁ ଆଘାତ ଦେବା କିମ୍ବା ଚାକିରି ହରାଇବା ଇତ୍ୟାଦି ବିପଦରେ ମଧ୍ୟ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri