Categories: ଫୁରସତ

ଲମ୍ବା କେଶ ଦେଖି ଭାବିବେନି ଝିଅ

ସୁନ୍ଦର ଲମ୍ବା କେଶ ପାଇବା ସବୁ ଝିଅଙ୍କର ଇଛା ଥାଏ। ତେଣୁ ସେମାନେ କେଶର ବହୁତ ଯତ୍ନ ନିଅନ୍ତି। ତଥାପି ଅନେକ ସମୟରେ ସୁନ୍ଦର, ଘନ ଲମ୍ବା କେଶ ମିଳିବା ସମ୍ଭବ ହୋଇ ନ ଥାଏ। ଏମିତିରେ ଉତ୍ତର ପ୍ରଦେଶର ୧୫ ବର୍ଷୀୟ ସିଦକଦୀପ ସିଂ ଚହଲଙ୍କ କେଶକୁ ଦେଖିଲେ ତ ଝିଅମାନେ ବହୁତ ଈର୍ଷା କରିବେ। କାରଣ ତାଙ୍କ କେଶ ଏତେ ଲମ୍ବା ଯେ, ପଛପଟୁ ଦେଖିଲେ ସେ ସୁନ୍ଦର କେଶ ଥିବା ଯୁବତୀ ଭଳି ଲାଗନ୍ତି। ସଦକଦୀପ ଶିଖ୍‌ ସମ୍ପ୍ରଦାୟର। ଏହିଧର୍ମରେ ପୁରୁଷଙ୍କ କେଶ କାଟିବା ମନା। ତେଣୁ ସଦକଦୀପ କେଶ କାଟନ୍ତି ନାହିଁ। ଆଉ ତାଙ୍କ କେଶ ବି ଏତେ ଭଲ ଭାବେ ବଢେ ଯେ, ତାହା ତାଙ୍କ ଆଣ୍ଠୁରୁ ତଳ ପର୍ଯ୍ୟନ୍ତ ଲମ୍ବି ଗଲାଣି। ଯାହାକି ୧୪୭ ସେ.ମି ଲମ୍ବ ଅଟେ। ତେଣୁ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠାରୁ ଲମ୍ବା କେଶଥିବା କିଶୋରଭାବେ ସେ ସ୍ଥାନ ପାଇଛନ୍ତି। ସଦକଦୀପଙ୍କ ଲମ୍ବା କେଶର ଯତ୍ନ ତାଙ୍କ ମା’ ନିଅନ୍ତି। ସେ ପୁଅର କେଶକୁ ସପ୍ତାହରେ ଦୁଇଥର ସଫା କରିଥାଆନ୍ତି। କେଶକୁ ସଫା କରିବା, ସୁଖାଇବା, କୁଣ୍ଡାଇବାରେ ତାଙ୍କୁ ଏକ ଘଣ୍ଟା ସମୟ ଲାଗିଥାଏ। ପରେ ସେ ପୁଅର କେଶକୁ ଗଣ୍ଠି କରି ପଗଡ଼ି ପିନ୍ଧାଇ ଦିଅନ୍ତି। ସଦକଦୀପଙ୍କ ପରିବାରର ଅନ୍ୟ କୌଣସି ପୁରୁଷଙ୍କର କେଶ ଏତେ ଲମ୍ବା ନୁହେଁ। ତେଣୁ ତାଙ୍କ କେଶକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି।

Share