ତଳେ ଚାହିଁ ବସିଛି ମୃତ୍ୟୁ: ସରୁଡାଳରେ ଲଟକିଛି ଜୀବନ ଭିଡିଓ ଭାଇରଲ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ବାଘଗୁଡିଙ୍କୁ ପାଣିରେ ଖେଳୁଥିବା ଦେଖିବାକୁ ମିଳୁଛି। ପାଣି ଉପରେ ଗଛ ଡାଳକୁ ଧରି ମାଙ୍କଡ ଛୁଆଟି ଲଟକିଛି। ଯାହାକୁ କାବୁ କରିବାକୁ ବାଘମାନେ ଚେଷ୍ଟା କରୁଛନ୍ତି। ହେଲେ ସେ ତାର ଜୀବନକୁ ଏକ ସରୁ ଡାଳରେ ଲଟକେଇ ରଖିଛି। ଶେଷ ପର୍ଯ୍ୟନ୍ତ ଜୀବନ ବଞ୍ଚେଇବାକୁ ଚେଷ୍ଟା କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

Share