ଚାଇନା ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର୍‌

ଭୁବନେଶ୍ୱର,୨୫।୭(ସତ୍ୟଜିତ୍‌ ରାଉତ):ଦେଶର ବଡ଼ ବଡ଼ ଶିଳ୍ପପତି, ଖେଳାଳି, ଅଭିନେତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଙ୍କ ଫଟୋ ବ୍ୟବହାର କରି ଅନ୍‌ଲାଇନ୍‌ ପୋଞ୍ଜି ସ୍କାମ୍‌ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଖୋଳତାଡ଼ ଜାରି ରଖିଛି। ଏହି ମାମଲାରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଚାଇନା ନାଗରିକଙ୍କୁ ଧରିବାକୁ ଇଓଡବ୍ଲ୍ୟୁ ପ୍ରୟାସ ଜାରି ରଖିଛି। ସେ ହେଲେ ଚାଇନା ଝେନ୍‌ଝିଆଙ୍ଗ୍‌ ରାଜ୍ୟର ଝିହୁ ଜିଲା ହାଙ୍ଗ୍‌ଝୋଉ ସହର ୱେନ୍‌ସେନ୍‌ ରୋଡ ନମ୍ବର ୧୯୯ର ଫ୍ଲାଟ୍‌ ନଂ.୨୦୨ରେ ରହୁଥିବା ଗୁଆଁହୁଆ ୱାଙ୍ଗ୍‌। ଗୁଆଁହୁଆଙ୍କୁ ଧରିବାକୁ ଇଓଡବ୍ଲ୍ୟୁର ଅନୁରୋଧକ୍ରମେ କେନ୍ଦ୍ର ସରକାରଙ୍କ ବ୍ୟୁରୋ ଅଫ୍‌ ଇମିଗ୍ରେଶନ୍‌ (ବିଓଆଇ) ତାଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରିଛି। ବିଓଆଇ ପକ୍ଷରୁ ଦେଶର ସମସ୍ତ ଏୟାରପୋର୍ଟ ଓ ସି ବିଚ୍‌ ସମେତ ଅନ୍ୟାନ୍ୟ ଚେକ୍‌ ପୋଷ୍ଟରେ ଆଲର୍ଟ କରାଯାଇଛି। ଏଥିସହ ଗୁଆଁହୁଆଙ୍କ ଉପରେ ନଜର ରଖିବାକୁ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସି ଓ ପୋଲିସ ସହ ମଧ୍ୟ ଯୋଗାଯୋଗ କରାଯାଉଛି। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ବିଦେଶୀ ଲ’ ଏନ୍‌ଫୋର୍ସମେଣ୍ଟ ଏଜେନ୍ସିଗୁଡ଼ିକ ସହ ମଧ୍ୟ ଯୋଗାଯୋଗ କରାଯାଉଛି। ତେବେ ଗୁଆଁହୁଆଙ୍କୁ ଧରିବା ବଡ଼ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ, ଗୁଆଁହୁଆ ୨୦୧୯ରୁ ବେଙ୍ଗାଲୁରୁ ଡିକେନ୍‌ଶୋନ୍‌ ରୋଡ୍‌ରେ ‘ବେଟ୍ଟେକ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’ ନାଁରେ ଏକ କମ୍ପାନୀ କରିଛନ୍ତି। ଏଥିସହ ବେଙ୍ଗାଲୁରୁରେ ପଞ୍ଜୀକୃତ ଅନ୍ୟ ଦୁଇଟି କମ୍ପାନୀ ଗେମ୍‌କାମ୍ପ୍‌ ସଲ୍ୟୁଶନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ବାୟିରୋଣ୍ଟେକ୍‌ ଟେକ୍ନୋଲୋଜିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟ ସେ ଚଲାଉଛନ୍ତି। ଏଥିପାଇଁ ୨୦୧୯ରୁ ୨୦୨୦ ମଧ୍ୟରେ ସେ ଭାରତକୁ ୬ଥର ଆସିଛନ୍ତି। ଏଠାରେ ସେ ଭାରତୀୟ ଏଜେଣ୍ଟଙ୍କ ସହଯୋଗରେ ସାମ୍ରାଜ୍ୟ ବିସ୍ତାର କରିବା ପରେ ଚାଇନା ପଳାଇ ଯାଇଥିଲେ। ପରେ ସେ ଚାଇନାରେ ରହି ଏହି ର଼୍ୟାକେଟ୍‌ ଚଳାଉଛନ୍ତି। ପୂର୍ବରୁ ୭୦ ଲକ୍ଷ ଟଙ୍କା ଥିବା ଗୁଆଁହୁଆଙ୍କ କମ୍ପାନୀ ଆକାଉଣ୍ଟକୁ ଇଓଡବ୍ଲ୍ୟୁ ଫ୍ରିଜ୍‌ କରିଥିଲା। ଅଭିଯୁକ୍ତମାନେ ଫେକ୍‌ ଆପ୍‌ଗୁଡ଼ିକରେ ଅମିତାଭ ବଚ୍ଚନ୍‌, ମୁକେଶ ଅମ୍ବାନୀ, ସଚିନ ତେନ୍ଦୁଲକର ପ୍ରମୁଖଙ୍କ ଫଟୋକୁ ବିଜ୍ଞାପନ ଭାବେ ବ୍ୟବହାର କରି ଲୋକଙ୍କ ବିଶ୍ୱାସ ଜନ୍ମାଉଥିଲେ। ୫ ଟଙ୍କାରୁ ୧୨୫ ଟଙ୍କା, ୨୦ ଟଙ୍କାରୁ ୧୨୮୫ ଟଙ୍କା ମିଳିବ ବୋଲି କୁହାଯାଇ ଫସାଉଥିଲେ। ଏଭଳି ଭାବେ ବିନିଯୋଗ ଆଳରେ ଦେଶବ୍ୟାପୀ ବହୁ କୋଟି ଟଙ୍କା ଠକି ନେଇଥିବା ତଦନ୍ତରୁ ଜଣାପଡ଼ିଛି। ଉଲ୍ଲଖଯୋଗ୍ୟ, ଏହାପୂର୍ବରୁ ଦୁଇଟି ଲୋନ୍‌ ଆପ୍‌ ମାମଲାରେ ୫ଜଣ ଚାଇନା ନାଗରିକଙ୍କ ନାଁରେ ୨୦୨୨ରେ ଲୁକ୍‌ ଆଉଟ୍‌ ସର୍କୁଲାର ମଧ୍ୟ ଜାରି ହୋଇଛି। ହେଲେ ସେମାନେ ଏପର୍ଯ୍ୟନ୍ତ ଧରା ନ ପଡ଼ି ନ ଥିବାବେଳେ ଗୁଆଁହୁଆ ଗିରଫ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ କର୍ମଚାରୀ: ଗଡୁନି ମୋ’ ବସ୍‌, ଯାତ୍ରୀ ହନ୍ତସନ୍ତ

ସମ୍ବଲପୁୂର,୨୮ା୧୦: ସମ୍ବଲପୁର ସହରରେ ସୋମବାର ସକାଳୁ ମୋ’ ବସ୍‌ ସେବା ବନ୍ଦ କରାଯାଇଛି। ମୋ’ ବସ୍‌ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ’ ବସ୍‌।...

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ; ପ୍ରସବ କରାଇବାକୁ ୫୦୦୦ ଟଙ୍କା ଲାଞ୍ଚ ମାଗିଲେ ସରକାରୀ ନର୍ସ

ଅନୁଗୋଳ,୨୮ା୧୦: ଅତିଷ୍ଠ ହେଉଥିଲା ପ୍ରସବ ଯନ୍ତ୍ରଣା, ମାନବିକତା ହରାଇ ବସିଥିଲେ ସରକାର ଡାକ୍ତରଖାନାର ନର୍ସ। ଗର୍ଭବତୀଙ୍କ ପ୍ରସବ କରାଇବା ପାଇଁ ମାଗିଲେ ୫ ହଜାର ଟଙ୍କା...

ସବୁ ଗୁଣ୍ଡ କରିବୁ, ମନ୍ତ୍ରୀ ଆସିବା ପୂର୍ବରୁ ବାଡେଇ ବାଡେଇ ଫଳକ ଭାଙ୍ଗିଦେଲେ ବ୍ଲକ୍‌ ଅଧ୍ୟକ୍ଷା

ପାଲଲହଡ଼ା,୨୮।୧୦ (ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଦ୍ୱାରା ରବିବାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦ୍‌ଘାଟନ ହେବାର...

ଫେରିବ ପଥୋତ୍ସବ: ସକାଳ ସାଢ଼େ ୭ଟାରୁ ୧୦ ଯାଏ ଚାଲିବ

ଭୁବନେଶ୍ୱର,୨୮ା୧୦: ମୌସୁମୀ ଫେରିବା ପରେ ରାଜଧାନୀ ଭୁବନେଶ୍ୱରକୁ ସଅଳ ଶୀତ ଋତୁକୁ ଟାଣି ଆଣିଛି ବାତ୍ୟା ଦାନା। ସକାଳୁ ସକାଳୁ କୁହୁଡି ଦେଖିବାକୁ ମିଳୁଥିବା ବେଳେ...

ଆଜି ଲ୍ୟାଣ୍ଡଫଲ କରିଥିବା ସ୍ଥାନ ହାବେଳୀଖଟିର ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୧୦: ଆଜି ବି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ। ୨ୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ବାଲେଶ୍ବର ଓ ମୟୂରଭଞ୍ଜ ଜିଲା ପରିଦର୍ଶନ କରିବେ।...

ଆଜି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୮ା୧୦(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସୋମବାର ସ୍ଥଗିତ ରଖାଯାଇଛି। ବାତ୍ୟାର ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ...

ବିଦେଶାଗତ ପକ୍ଷୀଙ୍କ କଳରବରେ ଚିଲିକା ତଟଦେଶ ମୁଖରିତ

କୃଷ୍ଣପ୍ରସାଦ,୨୮ା୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ): ଶୀତଋତୁ ଆସିଲେ ଚଳଚଞ୍ଚଳ ହୋଇଉଠେ ଚିଲିକାର ପରିବେଶ। ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ କଳରବରେ ମୁଖରିତ ହୁଏ ଚିଲିକା ଓ ଏହାର ଉପକୂଳବର୍ତ୍ତୀ...

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର,୨୭ା୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ସନ୍ଧ୍ୟାରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା କରି ନଭେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ଜନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri