ରିୟାଙ୍କ ବିରୋଧରେ ଜାରି ହୋଇପାରେ ଲୁକ୍‌ଆଉଟ ନୋଟିସ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧।୮: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତି ଏବେ ବିବାଦ ଘେରକୁ ଚାଲିଆସିଛନ୍ତି। ସୂତ୍ର ଅନୁସାରେ ବିହାର ପୋଲିସ ଏହି ମାମଲାରେ ରିୟାଙ୍କ ବିରୋଧରେ ଲୁକ୍‌ଆଉଟ ନୋଟିସ ଜାରି କରିବାକୁ ବିଚାର କରୁଥିବା ଜଣାପଡ଼ିଛି। କାରଣ ରିୟାଙ୍କ ବିରୋଧରେ ବିହାର ପୋଲିସ ହାତରେ କିଛି ବଡ଼ ପ୍ରମାଣ ଲାଗିଛି। ଏଭଳି ସ୍ଥିତିରେ ତାଙ୍କୁ ଜେରା କରିବା ଏବେ ନିହାତି ଜରୁରୀ ହୋଇପଡ଼ିଛି। ଅନ୍ୟପଟେ ଖବର ଆସିଛି ଯେ, ଏଯାଏ ରିୟାଙ୍କ ସହ ପୋଲିସ ଯୋଗାଯୋଗ କରିପାରି ନ ଥିବା ବେଳେ ତାଙ୍କ ସହ ଫୋନରେ ମଧ୍ୟ କଥା ହୋଇପାରୁନାହିଁ। ପୋଲିସ ଅନୁସାରେ ଅଭିନେତ୍ରୀ ରିୟା ଏବେ ନିଖୋଜ ଅଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନରୁ ସୁଶାନ୍ତଙ୍କ ମାମଲାରେ ବିହାର ପୋଲିସ ତତ୍ପରତା ଦେଖାଇଛି। ଏହି ମାମଲାରେ ବିହାର ପୋଲିସ କେତେକଙ୍କ ବୟାନ ରେକର୍ଡ ମଧ୍ୟ କରିସାରିଛି। ତେବେ ଏହି ମାମଲାର ସଠିକ୍‌ ଦିଗକୁ ଖୋଜିବା ପାଇଁ ପୋଲିସ ଜୋରଦାର ତଦନ୍ତ ଚଳାଇଛି।

Share