Categories: ଫୁରସତ

ଅଧା ଶରୀର କୁକୁର, ଅଧା ବାଘ

ବିଶ୍ୱରେ ଅନେକ ପ୍ରଜାତିର ଜୀବଜନ୍ତୁ ଦେଖାଯାନ୍ତି। ମାତ୍ର ଏଥିମଧ୍ୟରୁ କିଛି ପ୍ରଜାତି ବିଲୁପ୍ତ ପ୍ରାୟ। ଏହିପରି ଏକ ପ୍ରଜାତି ହେଉଛି ତସମାନିଆ ବାଘ। ଏହି ପ୍ରଜାତି ପ୍ରାଣୀର ଶରୀର ଅଧା କୁକୁର ଏବଂ ଅଧା ବାଘ ପରି ଦେଖାଯାଏ। ଏହି ପ୍ରଜାତିର ପ୍ରାଣୀ ପ୍ରାୟ ୮୫ ବର୍ଷ ପୂର୍ବରୁ ବିଲୁପ୍ତ ହୋଇସାରିଲାଣି।

ସବୁଠୁ ଆଶ୍ଚର୍ଯ୍ୟର କଥା ବର୍ତ୍ତମାନ ଅଷ୍ଟ୍ରେଲିଆର ତସ୍‌ମାନିଆରେ ଏପରି ପ୍ରାଣୀ ଦେଖିବାକୁ ମିଳିଥିବା ଲୋକେ କହିଛନ୍ତି। କିନ୍ତୁ ୧୯୩୬ ମସିହାରେ ଏହି ପ୍ରାଣୀଙ୍କୁ ବିଲୁପ୍ତ ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ଲୋକେ ଏବେ ଏହି ପ୍ରାଣୀଙ୍କୁ ଦେଖିଥିବା ଯାହା କହୁଛନ୍ତି ତାହା ସମ୍ପୂର୍ଣ୍ଣ ଗୁଜବ ବୋଲି ମନୋବୈଜ୍ଞାନିକ ନିଲ୍‌ ଓ୍ବାର୍ଟସ କହିଛନ୍ତି। ୧୯୩୦ ପରଠାରୁ ଏହି ତସମାନିଆ ଟାଇଗର ଦେଖାଯାଇନାହାନ୍ତି ବୋଲି ନିଲ୍‌ କହିଛନ୍ତି।

Share