ଚର୍ଚ୍ଚାରେ ଦବଙ୍ଗ ଗର୍ଲ

ମୁମ୍ବାଇ: ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଆଜିକାଲି ଚର୍ଚ୍ଚାରେ ରହୁଛନ୍ତି। ବିଶେଷକରି ଏବେ ନିଜର ଷ୍ଟାଇଲ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ। ସୋନାକ୍ଷୀ ଏକ ପ୍ରିଣ୍ଟେଡ ଲେହେଙ୍ଗା ପିନ୍ଧି ଖୁବ୍‌ ସୁନ୍ଦର ଦିଶୁଛନ୍ତି। ସୋନାକ୍ଷୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି। ଯାହାକୁ ତାଙ୍କ ପ୍ରଶଂସକମାନେ ଖୁବ୍‌ ପସନ୍ଦ କରିଛନ୍ତି। ପ୍ରିଣ୍ଟେଡ ଲେହେଙ୍ଗାକୁ ମ୍ୟାଚ୍‌ କରି ଏକ ଓଢ଼ଣୀ ମଧ୍ୟ ପକାଇଛନ୍ତି। ଏଥିରେ ତାଙ୍କର ଭିନ୍ନ ଭିନ୍ନ ଲୁକ୍‌ ପ୍ରଶଂସକଙ୍କୁ ଘାଇଲା କରିଛି।

ଖାଲି ଡ୍ରେସ୍‌କୁ ନେଇ ଚର୍ଚ୍ଚାରେ ନାହାନ୍ତି ସୋନାକ୍ଷୀ। ଫିଲ୍ମ ‘ଡବଲ ଏକ୍ସଲ’କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମଟି ଏହି ନଭେମ୍ବର ୪ରେ ରିଲିଜ ହୋଇଛି।

Share