‘ଲୁପ ଲପେଟା’କୁ ନେଇ ଉତ୍ସାହିତ ଅଛନ୍ତି ତାପସୀ

ମୁମ୍ବାଇ: ବଲିଉଡରେ ଏବେ ରାଜ୍ କରୁଥିବା ନାୟିକାଙ୍କ ମଧ୍ୟରେ ଜଣେ ହେଉଛନ୍ତି ତାପସୀ ପନ୍ନୁ । ଏବେ ତାଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଏକ ବଡ ଖବର । ତାପସୀଙ୍କ ଅଭିନୀତ ଫିଲ୍ମ ‘ଲୁପ ଲପେଟା’ ଆସନ୍ତା ମାସ ୪ ତାରିଖରେ ନିଟଫ୍ଲିକ୍ସରେ ରିଲିଜ୍ ହେବାକୁ ଯାଉଛି । ତାପସୀ ଶନିବାର ଏ ସମ୍ପର୍କରେ ତାଙ୍କ ପ୍ରଶଂସକଙ୍କୁ ସୂଚନା ଦେଇଛନ୍ତି । ସେ ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ଲୁପ ଲପେଟା, ଯେଉଁଥିରେ ତାହିର ରାଜ ଭସିନ ଅଛନ୍ତି, ଏହା ୪ ଫେବୃୟାରୀରେ ରିଲିଜ ହେଉଛି । ଏହି ଫିଲ୍ମରେ ପ୍ରେମିକା ସାବି(ତାପସୀ) ତାଙ୍କ ପ୍ରେମୀ(ତାହିର)ଙ୍କୁ ବଞ୍ଚାଇବା ମିଶନରେ ଅଛନ୍ତି । ନିଜ ଅଭିନୀତ ଫିଲ୍ମକୁ ନେଇ ତାପସୀ କହିଛନ୍ତି, ନେଟଫ୍ଲିକ୍ସ ସହ ଏହି ପ୍ରୋଜେକ୍ଟର ଅଂଶ ଥିବାରୁ ଖୁବ୍ ଉତ୍ସାହିତ ଅଛି । ବିଶେଷ କରି ଏଭଳି ଏକ ବହୁମୁଖି ଫିଲ୍ମ ସହ ମୁଁ ରହିଥିବାରୁ । ତେବେ ନିର୍ଦ୍ଦେଶକ ଆକାଶ ଓ ସହ କଳାକାର ତାହିରଙ୍କ ସହ ଫିଲ୍ମର ଅଂଶ ହେବା ଏକ ସୁଖକର ଅନୁଭୁତି ଥିଲା । ତାପସୀ ଆହୁରି ମଧ୍ୟ କହିଛନ୍ତି ପ୍ରଶଂସକ ଓ ଦର୍ଶକଙ୍କୁ ଫିଲ୍ମଟି ସେତିକି ଆନନ୍ଦ ଦେବ ଯେତିକି ଆମେ ନିର୍ମାଣ କଲାବେଳେ ପାଇଛୁ । ସହ କଳାକାର ତାହିର ବି ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ସେ କହିଛନ୍ତି ଫିଲ୍ମଟି ନୂଆ ଜମାନାର ରୋମାନ୍ସକୁ ନେଇ ତିଆରି କରାଯାଇଛି । ମୁଁ ସତ୍ୟା ଓ ସାବି ଚରିତ୍ର ସହ ଭେଟିବାକୁ ଆଉ ବେଶି ସମୟ ଅପେକ୍ଷା କରିପାରିବି ନାହିଁ ।

Share