ଭଗବାନଙ୍କୁ ବି ଛାଡ଼ିଲେନି: ତାଲା ଭାଙ୍ଗି ନେଇଗଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ଧର୍ମଶାଳା,୧୭।୪(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଚୋରମୁହାଁ ପଞ୍ଚାୟତ ବଡ଼ମଙ୍ଗଳପୁର ଗ୍ରାମଦେବତୀ ମା’ କରଞ୍ଜେଇଙ୍କ ମନ୍ଦିରରୁ ଚୋରି ହୋଇଛି। ଏ ନେଇ ରବିବାର ଥାନାରେ ଅଭିଯୋଗ ହୋଇଛି ।
ସୂଚନା ଯୋଗ୍ୟ, ସକାଳ ସମୟରେ ପୂଜକ ମନ୍ଦିରଯ ପୂଜା କରିବାକୁ ମନ୍ଦିର ଯାଇଥିବା ବେଳେ ଗ୍ରାମଦେବତୀଙ୍କ ପାର୍ଶ୍ୱରେ ଥିବା ମୁକ୍ତେଶ୍ୱର ମହାଦେବଙ୍କ ମନ୍ଦିରର ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ଏଥିସହ ଗ୍ରାମଦେବତୀଙ୍କ ମନ୍ଦିର ତାଲା ଭାଙ୍ଗି ରୂପା ମୁକୁଟ, ହାର, ସୁନା ଚେନ, ଆଖି ସହ ଗଣେଷଙ୍କ ରୂପା ମୁକୁଟୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କ ହେବ ବୋଲି କୁହାଯାଉ। ଶନିବାର ରାତିରେ ଏହି ଲୁଟ ହୋଇଥିବା ନେଇ ସନ୍ଦେହ କରାଯାଉଛି । ପରେ ଥାନାରେ ଅଭିଯୋଗ ହୋଇଥିଲ।

Share