ବ୍ୟାଙ୍କ କର୍ମଚାରୀଙ୍କ ଘରେ କଳାକନା

କୁଚିଣ୍ଡା,୧ା୧୧(ଡି.ଏନ.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଏନ୍‌ଏସିର ୯ନଂ. ୱାର୍ଡରେ ରହୁଥିବା ବ୍ୟାଙ୍କ କର୍ମଚାରୀଙ୍କ ଘରୁ ଟଙ୍କା ଏବଂ ସୁନା ଅଳଙ୍କାର ଚୋରି ହୋଇଥିବା ନେଇ କୁଚିଣ୍ଡା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ବ୍ୟାଙ୍କ କର୍ମଚାରୀ ଇଥାଇଲ କିଣ୍ଡୋଙ୍କ ପରିବାର ଲୋକେ ରବିବାର ସକାଳେ ଘରେ ତାଲା ପକାଇ କୌଣସି କାମରେ ବାହାରକୁ ଯାଇଥିଲେ। ସାରେ ଘରକୁ ଫେରିବା ପରେ କବାଟ ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ଏପରିକି ଦୁର୍ବୃତ୍ତମାନେ ଆଲମିରା ଭାଙ୍ଗି ୫ ଭରି ସୁନା ଓ ନଗଦ ୨୦ ହଜାର ଟଙ୍କା ନେଇଯାଇଥିବା କିଣ୍ଡୋ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

Share