କଟକ,୧୩ା୧୧: ମୁଖା ପିନ୍ଧି ଦୁଇ ଦୁର୍ବୃତ୍ତ ଫ୍ଲିପ୍କାର୍ଟ ଅଫିସରେ ପଶି ବନ୍ଧୁକମୁନରେ ଟଙ୍କା ବାକ୍ସ ଲୁଟିନେଇଛନ୍ତି। ଏପରି ଘଟଣା କଟକ ଜିଲା ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକନଗର ସ୍ଥିତ ଫ୍ଲିପ୍କ୍ଲାର୍ଟ ଅଫିସରେ ଘଟିଛି।
ସୋମବାର ଏହି ଦୁଇ ଦୁର୍ବୃତ୍ତ ଏକ ବାଇକ୍ରେ ଆସି ଅଶୋକନଗରସ୍ଥିତ ଫ୍ଲିପ୍କାର୍ଟ ଅଫିସରେ ପଶି ୨ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇ ଟଙ୍କା ବାକ୍ସ ଉଠାଇ ନେଇ ସେଠାରୁ ଚମ୍ପଟ ମାରିଥିଲେ। ଏନେଇ ଫ୍ଲିପ୍କାର୍ଟ ଅଫିସ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।